ନୂଆଦିଲ୍ଲୀ:-
ତାମିଲନାଡୁରେ ବିଷାକ୍ତ ମଦ ପିଇ ୨୯ ମୃତ । ଏଥିସହ ୬୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାମିଲନାଡ଼ୁର କଲ୍ଲାକୁରିଚି ଜିଲ୍ଲାରେ ଘଟିଛି ଏପରି ସାଂଘାତିକ ଘଟଣା। । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଶ୍ରମିକ ଶ୍ରେଣୀର କିଛି ଲୋକ ବିଷାକ୍ତ ମଦ୍ୟପାନ କରିଥିଲେ ।
ସେପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବେଆଇନ ଭାବେ ମଦ ବିକ୍ରି କରୁଥିବା କେ. କନ୍ନୁକୁଟ୍ଟିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତାଙ୍କ ନିକଟରୁ ୨ଶହ ଲିଟର ମଦ ଜବତ ହୋଇଥିବା ବେଳେ ତାହାକୁ ପରୀକ୍ଷା ନିମନ୍ତେ ଲ୍ୟାବ୍କୁ ପଠାଯାଇଥିଲା। ଏହାପରେ ସେଥିରେ ବିଷାକ୍ତ ମିଥାଇଲ ନାମକ ପଦାର୍ଥ ଥିବା ଜଣାଯାଇଛି। ଏନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ନିଜ କର୍ତ୍ତ୍ୟବରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

.jpeg)