Type Here to Get Search Results !

ଶ୍ରୀଲଙ୍କାରେ ସାଇବର ଅପରାଧ ପାଇଁ ୧୩୭ ଭାରତୀୟ ନାଗରିକ ଗିରଫ

 




ଲମ୍ବୋ:-

ଶ୍ରୀଲଙ୍କାର ଏକାଧିକ ସ୍ଥାନରେ ବଡ଼ ଧରଣର ଚଢ଼ଉ ଅଭିଯାନ କରାଯାଇ ସାଇବର ଅପରାଧରେ ସମ୍ପୃକ୍ତ ଥିବା ୧୩୭ ଜଣ ଭାରତୀୟ ନାଗରିକଙ୍କୁ ପୁଲିସ ଗିରଫ କରିଛି। ପୁଲିସ ମୁଖପାତ୍ର ନିହାଲ ଥାଲ୍‌ଦୁୱା କହିଛନ୍ତି ଯେ କଲମ୍ବୋ ଉପକଣ୍ଠର ମାଡିୱେଲା ଓ ବଟ୍ଟାରାମୁଲ୍ଲା ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ସହର ନେଗମ୍ବୋରୁ ଗୁରୁବାର ବିଭିନ୍ନ ଆର୍ଥିକ ଅପରାଧରେ ସଂପୃକ୍ତ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଗିରଫ କରାଯାଇଛି।

ଏହି ସବୁ ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ୧୫୮ଟି ମୋବାଇଲ୍ ଫୋନ୍, ୧୬ଟି ଲାପଟପ୍ ଓ ୬୦ଟି ଡେସ୍କଟପ୍ କମ୍ପ୍ୟୁଟର ଜବତ କରାଯାଇଛି।

ନେଗମ୍ବୋରେ ୫୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିବା ସହ ୫୫ଟି ମୋବାଇଲ ଫୋନ୍ ଓ ୨୯ଟି ଲାପଟପ୍ ଜବତ କରାଯାଇଛି। ସେହିପରି କୋଚଚିକାଡେରେ ପୁଲିସ ବାହିନୀ ୫୩ ଜଣଙ୍କୁ ଗିରଫ କରିବା ସହ ୩୧ଟି ଲାପଟପ୍ ଓ ୫୮ଟି ମୋବାଇଲ ଫୋନ୍ ଜବତ କରିଛନ୍ତି। ମାଦିଭେଲାରେ ହୋଇଥିବା ଏହି ଅପରେସନରେ ୧୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ୮ଟି ଲାପଟପ୍ ଓ ୩୮ଟି ମୋବାଇଲ ଫୋନ୍ ଜବତ କରାଯାଇଥିବା ବେଳେ ଥାଲାଙ୍ଗାମାରେ ୮ଟି ଲାପଟପ୍ ଓ ୩୮ଟି ମୋବାଇଲ୍ ଫୋନ୍ ସହ ୧୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ପୁଲିସ ମୁଖପାତ୍ର କହିଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପୁରୁଷ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.