Type Here to Get Search Results !

ଯୁକ୍ତ ଦୁଇ ପରୀକ୍ଷାରେ ତାଳଚେର ମହିଳା ମହାବିଦ୍ୟାଳୟ ର ସଫଳତା

ତାଳଚେର : -

ତାଳଚେର ର ଏକ ମାତ୍ର ମହିଳା ମହାବିଦ୍ୟାଳୟ ତଥା ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ରେ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଛାତ୍ରୀମାନେ ଉତ୍ତମ ସଫଳତା ହାସଲ କରିଛନ୍ତି ।ଏହି ଦ୍ଵାଦଶ ପରୀକ୍ଷାରେ ସମୁଦାୟ ୮୬ ପ୍ରତିଶତ ଛାତ୍ରୀମାନେ କୃତକାର‌୍ୟ୍ୟ ହୋଇଛନ୍ତି ।ସେଥିମଧ୍ୟରୁ ପ୍ରଜ୍ଞା ପରମିତା ପ୍ରଧାନ କଲେଜ ଟପ୍ପର ହୋଇଥିବା ସହିତ ୪ଜଣ ପ୍ରଥମ ଶ୍ରେଣୀରେ , ଦ୍ୱିତୀୟ ଶ୍ରେଣୀ ରେ୧୩ଜଣ ଓ ତୃତୀୟ ଶ୍ରେଣୀରେ ୮୦ଜଣ ଛାତ୍ରୀ କୃତକାର‌୍ୟ୍ୟ ହୋଇଛନ୍ତି ।ଏହି ସଫଳତା ଖବର  ପାଇବା ପରେ  ଛାତ୍ରୀ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ଓ ସମସ୍ତ କୃତକାର‌୍ୟ୍ୟ ହୋଇଥିବା ଛାତ୍ରୀମାନଙ୍କୁ କଲେଜ ପକ୍ଷରୁ ଅଧକ୍ଷା ଶିବାନୀ ମହାପାତ୍ର କୃତଜ୍ଞତା ଜଣାଇବା ସହିତ ଆଗାମୀ ଉଚ୍ଚ ଶିକ୍ଷା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.