Type Here to Get Search Results !

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୧୫ଟି ସ୍ୱତନ୍ତ୍ର ଟ୍ରେନ

 





ପୁରୀ :-

ଚଳିତବର୍ଷ ଜୁଲାଇ ୭ ରେ ପଡୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ୫୩ ବର୍ଷ ପରେ ଏହି ବର୍ଷ ରଥଯାତ୍ରାରେ ପଡୁଛି ବିରଳ ସଂଯୋଗ । ଚଳିତ ରଥଯାତ୍ରା ୨ ଦିନିଆ ପାଳନ କରାଯାଉଛି। ଏଥି ସକାଶେ ରେଳ ମନ୍ତ୍ରଣାଳୟ ଆସନ୍ତା ୬ରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀକୁ ୩୧୫ଟି ସ୍ୱତନ୍ତ୍ର ରେଳ ଚଳାଚଳ କରାଇବାକୁ ଯୋଜନା କରିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ସ୍ୱତନ୍ତ୍ର ଟ୍ରେନ ଗୁଡିକ ଚଳାଚଳ କରିବ ।

ଏହି ସମୟରେ ୧୫ ହଜାର ଯାତ୍ରୀଙ୍କ ପାଇଁ ୱେଟିଂ ହଲ ପ୍ରସ୍ତୁତ କରାଯାଉଛି । ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଗୁରୁତ୍ତ୍ୱାରୋପ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ରେଳ ଚଳାଚଳ କରାଇବାକୁ ଯୋଜନା କରିଛି। ଚଳିତବର୍ଷ ଜୁନାଗଡ଼ ରୋଡ଼, ସମ୍ବଲପୁର, କେନ୍ଦୁଝରଗଡ଼, ପାରାଦ୍ବୀପ, ଭଦ୍ରକ, ଅନୁଗୋଳ, ଗୁଣୁପୁର, ବାଙ୍ଗିରିପୋଷି ବ୍ୟତୀତ ନୂତନ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଏବଂ ଦଶପଲ୍ଲାଠାରୁ ସ୍ୱତନ୍ତ୍ର ରେଳ ପୁରୀକୁ ଚଳାଚଳ କରିବ। ଏହାବ୍ୟତୀତ ସାନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଏବଂ ସୁନା ବେଶ ,ଅଧରପଣା ଉତ୍ସବ ପାଇଁ ସ୍ୱତନ୍ତ୍ର ରେଳ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି।

ରଥଯାତ୍ରା ଉତ୍ସବ ସମୟ ମଧ୍ୟରେ କିଛି ଦୂର ଦୂରାନ୍ତର ସ୍ୱତନ୍ତ୍ର ରେଳରେ ସଂରକ୍ଷିତ କ୍ଲାସ୍ ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି। ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ,କ୍ୟାଟରିଂ ସେବା, ମେଡିକାଲ ସୁବିଧା, ଆମ୍ବୁଲାନ୍ସ, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଆଦି ଯୋଗାଇବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଛି I



Post a Comment

0 Comments
* Please Don't Spam Here. All the Comments are Reviewed by Admin.