ଝଙ୍କଡ଼:-
ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ ର ଚତୁଃପାର୍ଶ୍ଵରେ ଦିନକୁ ଦିନ ଚୋରା ନିଶାକାରବାର ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ବିପଥ ଗାମୀ ହେଉଛନ୍ତି ଯୁବପିଢି, ଓ ନଷ୍ଟ ହେଉଛି , ମା ସାରଳାଙ୍କ ପୀଠ ର ପବିତ୍ରତା । ସାରଳାହାଟ , କନକ ପୁର , ମୁଲିସିଂହ ସହରହାଟ, ବିରିତୋଳ, ସଂଅରା , ଗୋପାଳପୁର , କଟରା , ପଟିଲୋ , ଗରାମ , କୋଷ୍ଟିମଲ୍ଲିକାପୁର , ଗୋବିନ୍ଦପୁର ଆଦି ପଞ୍ଚାୟତ ର ଗାଁ ଗହଳି, ଓ ଚା, ଜଳଖିଆ ଆଦି ଛୋଟ ବଡ ଦୋକାନ ବଜାର ରେ ଏହି ଅବାଧ ନିଶା କାରବାର ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ, ସବୁ ଦେଖି, ସବୁ ଜାଣି , ନିରବଦ୍ରଷ୍ଟା ସାଜିଛନ୍ତି। ବିଶେଷ କରି ମା ସାରଳା ଙ୍କ ପୀଠରେ ମଦ୍ୟପ ଓ ଅସାମାଜିକ ମାନଙ୍କ ଦୌରାତ୍ମ ବଢ଼ି ବଢ଼ି ଚାଲିଥିବାରୁ, ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ତୀର୍ଥଯାତ୍ରୀ , ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି। ଚୋରା ନିଶାବେପାରୀ ଓ ଅବକାରୀ ବିଭାଗ, ପୋଲିସ ଙ୍କ ମଧ୍ୟରେ ସଲାସୁତରା ଓ ମଧୁଚନ୍ଦ୍ରିକା ଚାଲି ଥିବାରୁ, ଦିନକୁ ଦିନ ଅବାଧ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ସାଧାରଣ ରେ ଘୋର ଉଦବେଗ ପ୍ରକାଶ ପାଇଛି। ଶାସକ ବଦଳୁଚି, ଶାସନ ବି ବଦଳୁଛି, ବଦଳୁ ନାହିଁ, ଚୋରା ନିଶାବେପାରୀ ଙ୍କ ରାଜ । ତେବେ ଏହି ଅବାଧ ଚୋରା ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ, ଅବକାରୀ ବିଭାଗ, ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।
ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ