Type Here to Get Search Results !

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ସଂଗ୍ରାମ କେଶରୀଙ୍କ ଇସ୍ତଫା

 



ଭୁବନେଶ୍ୱର:-

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି। ଆଇଏମ୍‌ଏସ୍‌ଏମ୍‌ଇ ବିଭାଗକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେ ୨ ଥର ସଭାପତି ଦାୟିତ୍ୱରେ ଥିଲେ। ପ୍ରଥମେ ୩୧ ଅଗଷ୍ଟ ୨୦୧୯ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ।

ଏହା ପରେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ଥିଲେ। ତାଙ୍କ ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଭୀମପୁରୀ ୟୁଟିଲିଟି ମଲ୍‌ର କାମ ଆରମ୍ଭ ହୋଇଛି। ଏହାଛଡ଼ା ଗ୍ରାମଉଦ୍ୟୋଗକୁ ପ୍ରାଧାନ୍ୟ ଦିଆଯିବା ସହ ମହୁ ଚାଷର ପ୍ରଚାର ପ୍ରସାର ପାଇଁ ମହୁ ବାକ୍ସ, ମହୁ ମାଛି ଦଳ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ଦିଆଯାଇଥିଲା।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.