ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଯୋଗଦେଇଛନ୍ତି । ଚଳିତ ବର୍ଷ ଯୋଗ ଦିବସ ପାଳନର ଥିମ୍ ରହିଛି ନିଜର ଓ ସମାଜ ପାଇଁ ଯୋଗ(ଯୋଗ ଫର ସେଲ୍ଫ୍ ଆଣ୍ଡ ସୋସାଇଟି) ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ନୟାପଲ୍ଲୀସ୍ଥିତ କସ୍ତୁରବା ସ୍କୁଲ ଫିଲ୍ଡ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଏମ୍ପି ସମ୍ବିତ ପାତ୍ର କୋଣାର୍କ, ବାଚସ୍ପତି ସୁରମା ପାଢ଼ୀ ନୟାଗଡ଼, ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା, ମନ୍ତ୍ରୀ ରବି ନାରାୟଣ ନାଏକ ସମ୍ବଲପୁର, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଏମ୍ପି ବଳଭଦ୍ର ମାଝି ନବରଙ୍ଗପୁର, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଏମ୍ପି ରୁଦ୍ରନାରାୟଣ ପାଣି ଢେଙ୍କାନାଳ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଏମ୍ପି ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା, ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀର, ବିଭୂତି ଭୂଷଣ ଜେନା ବ୍ରହ୍ମପୁର, ବ୍ରହ୍ମପୁର ଏମ୍ପି ପ୍ରଦୀପ ପାଣିଗ୍ରାହୀ ଛତ୍ରପୁର, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବାଟି ବାରିପଦା, ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ରାଇରଙ୍ଗପୁର, ଏମ୍ପି ଅଭିମନ୍ୟୁ ସେଠୀ ଏବଂ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଭଦ୍ରକ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏବଂ ଏମ୍ପି ରବିନାରାୟଣ ବେହେ ବେହେରା ଯାଜପୁର ଏହିଭଳି ଅନ୍ୟ ମନ୍ତ୍ରୀ, ଏମ୍ପି ଓ ବିଧୟାକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ।
ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି ।
ପ୍ରାଣାୟାମ ହେଉଛି ଯୋଗର ଏକ ଅଙ୍ଗ ଏବଂ ପ୍ରାଣୀ ପାଇଁ ଅତ୍ୟନ୍ତ ଉପଯୋଗୀ । ନିୟମିତ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତି ଅଧିକ ସୁସ୍ଥ, ସବଳ, ଆନନ୍ଦ ଏବଂ ଧୈର୍ଯ୍ୟଶୀଳ ହୋଇଥାନ୍ତି । ଯୋଗ ଦ୍ୱାରା ଜଣେ ମନୁଷ୍ୟ ମନକୁ ସ୍ଥିର ଓ ଶାନ୍ତ ରଖିଥାଏ । ଯୋଗ ଶରୀରରେ ଥିବା ମାଂସପେଶୀକୁ ଶକ୍ତିଶାଳୀ କରିଥାଏ ।
ଯୋଗ ଦ୍ୱାରା ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ । ଏହା କେବଳ ଏହି ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ହୋଇଥାଏ । ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇନଥାଏ । ବାରମ୍ବାର ଯୋଗ କରିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ହୋଇଥାଏ ।
