Type Here to Get Search Results !

ପ୍ରତି ଘଣ୍ଟାଏରେ ୪୫ କୋଟି ରୋଜଗାର କରୁଛନ୍ତି ଗୌତମ ଆଦାନୀ



 


ମୁମ୍ବଇ :-

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପାଇଁ ଗତ ବର୍ଷ ବହୁତ ଭଲ ରହିଥିଲା। ହିଡେନ୍‌ବର୍ଗ ରିପୋର୍ଟର ଝଟ୍‌କା ପାଇଥିବା ଆଦାନୀ ଗ୍ରୁପର କମ୍ପାନୀଗୁଡିକ ବର୍ତ୍ତମାନ ଶେୟାର ବଜାରରେ ଜବରଦସ୍ତ ପ୍ରଦର୍ଶନ କରିଛି। ଫଳରେ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ଦେଖିବାକୁ ଗଲେ ଏକ ବର୍ଷ ପୂର୍ବେ ଗୌତମ ଅଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୫୮.୨ ବିଲିୟନ ଡଲାର ରହିଥିଲା, ଯାହା ବର୍ତ୍ତମାନ ୧୦୬ ବିଲିୟନ ଡଲାରରେ ପହଞ୍ଚିଛି।

ଆଦାନୀ ସେ ପ୍ରତି ଘଣ୍ଟାରେ ପ୍ରାୟ ୪୫ କୋଟି ଟଙ୍କା ରୋଜଗାର କରୁଛନ୍ତି। ଗତ ବର୍ଷ ଅଦାନୀ ଗ୍ରୁପ ଭଲ ପ୍ରଦର୍ଶନ କରିଛି। କମ୍ପାନୀଗୁଡିକ ଶେୟାର ବଢିବା ସହ ଗୌତମ ଆଦାନୀଙ୍କ କମ୍ପାନୀର ଷ୍ଟକ୍‌ଗୁଡିକର ମୂଲ୍ୟ ମଧ୍ୟ ବଢିଯାଇଛି। ଗୌତମ ଅଦାନୀଙ୍କ ୬୧ତମ ଜନ୍ମଦିନ ପର୍ଯ୍ୟନ୍ତ ତାଙ୍କ ସଂପତ୍ତିରେ ୮୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ଗୌତମ ଅଦାନୀଙ୍କ ସମୁଦାୟ ସମ୍ପତ୍ତି ୪୦ ବିଲିୟନ ଡଲାର ତଳକୁ ରହିଥିଲା। ଏହାପରେ ତାଙ୍କ ସମ୍ପତ୍ତି ମୂଲ୍ୟରେ କ୍ରମାଗତ ଭାେବ ବୃଦ୍ଧି ଘଟିଛି। ଚଳିତ ବର୍ଷ ଗୌତମ ଅଦାନୀଙ୍କ ସମ୍ପତ୍ତିରେ ପାଖାପାଖି ୨୫ ପ୍ରତିଶତ ଅଭିବୃଦ୍ଧି ଘଟିଛି।

        

Post a Comment

0 Comments
* Please Don't Spam Here. All the Comments are Reviewed by Admin.