ଝାରସୁଗୁଡା:-
ଝାରସୁଗୁଡା ସୁଲଦିଆ ପଡ଼ା ସ୍ଥିତ ପୀପୁଲ୍ସ ଫୋରମ୍ ଦ୍ବାରା ପରିଚାଳିତ ନିଶା ନିବାରଣ କେନ୍ଦ୍ର ରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧ ଦିବସ ଉପଲକ୍ଷେ ବିବେକାନନ୍ଦ ସେବା ସଂସଦ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରେ ସଂସଦ ର ସଭାପତି ତାପସ ରାୟ ଚୌଧୁରୀ, ସାଧାରଣ ସମ୍ପାଦକ ସୁନିଲ ଚକ୍ରବର୍ତ୍ତୀ, ସ୍ଵପ୍ନା ରକ୍ସିଟ୍, ଦୁଲାଲ ରାୟ, ତୁଷାର ସେନ, ଉଜାଲ ଚାଟର୍ଜୀ, ପ୍ରଶାନ୍ତ ମହାନ୍ତି ଏବଂ ପିପୂଲ୍ସ୍ ଫୋରମ୍ ର ଉପ ସଭାପତି ସଞ୍ଜୟ ଜେଠି ଙ୍କ ସମେତ କେନ୍ଦ୍ର ର କର୍ମଚାରୀ ଓ ଅନ୍ତେବାସୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ବୃନ୍ଦ ନିଶା ନିବାରଣ ବିଷୟରେ ନିଜ ନିଜର ମତ ଦାନ କରିଥିଲେ ଓ ଅନ୍ତେବାସୀ ଙ୍କ ସହ ନିଶା ନିବାରଣ ବିଷୟରେ ବାର୍ତ୍ତାଳାପ କରିଥିଲେ ଏବଂ ଅନ୍ତେବାସୀ ମାନଙ୍କୁ ନିଶା ସେବନ ରୁ ନିବୃତ ରହି ଏକ ସୁସ୍ଥ ଜୀବନ ଯାପନ କରିବା ପାଈଁ ଉପଦେଶ ଦେଇଥିଲେ। ସ୍ଵାମୀ ବିବେକାନନ୍ଦ ଙ୍କର ଏକ ପୁସ୍ତିକା ଅନ୍ତେବାସୀ ମାନଙ୍କୁ ପ୍ରଦାନ କରି ଏହାର ମହତ୍ତ୍ଵ ମଧ୍ୟ ବୁଝାଇ ଥିଲେ।କାର୍ଯ୍ୟକ୍ରମ ର ଅବସର ରେ ସଂସଦ ପକ୍ଷରୁ ଥଣ୍ଡା ପାନୀୟ, ବିଭିନ୍ନ ପ୍ରକାର ର ଫଳ, ବିସ୍କୁଟ, କେକ ଅନ୍ତେବାସୀ ମାନଙ୍କୁ ବିତରଣ କରଯାଇଥିଲା। ଏଠାରେ ସୂଚନା ଥାଉ କି ବର୍ତ୍ତମାନ ଏହି ନିଶା ନିବାରଣ କେନ୍ଦ୍ର ରେ ୩୫ ଜଣ ଅନ୍ତେବାସୀ ଚିକିତ୍ସିତ ହେଉଛନ୍ତି।


