ଗଞ୍ଜାମ :-
ବର୍ଷେ ବି ଗଲାନି ମିଶନ୍ ଶକ୍ତି କାଫେ । ନିର୍ମାଣ ହେବାର ମାସକ ଭିତରେ ଭୁଷୁଡି ପଡିଲା ସିଲିଂ । ଗଂଜାମ ଜଗନ୍ନାଥ ପ୍ରସାଦ ବ୍ଲକ ନିକଟ ମିଶନଶକ୍ତି କାଫେର ଭୁଷୁଡିପଡିଗଗା ସିଲିଂ । ଅଳ୍ପକେ ବର୍ତିଲେ ଦୁଇ ଗ୍ରାହକ । ମଧ୍ୟାହ୍ନରେ ବସି ଖାଉଥିଭିବାବେଳେ ହଠାତ ଖସି ପଡିଥିଲା ଛାତ । ଏହି କୋଠରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଖାଦ୍ୟ ଓ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି ।
ହେଲେ ଗତକାଲି ମଧ୍ୟାହ୍ନରେ ଖାଉଥିବାବେଳେ ଛାତ ତଳେ ପ୍ଲାଇ ଓ ଲୁହା ଏଙ୍ଗଲରରେ ପ୍ରସ୍ତୁତ ସିଲିଂ ଭୁୁଷୁଡି ପଡିଥିଲା । ଜୀବନ ବଞ୍ଚାଇ ଦୁଇ ଗ୍ରାହକ ଦୌଡି ବାହାରକୁ ପଳାଇଥିଲେ ।
୬ମାସ ପୂର୍ବରୁ ତକ୍ରାଳୀନ ମନ୍ତ୍ରୀ ବିକ୍ରମ ଆରୁଖ ଏହି କାଫେର ଶୁଭ ଉଦ୍ଘାଟନ କରିଥିଲେ । ପୁରୁଣା ଆତ୍ମା କାର୍ଯ୍ୟାଳୟକୁ ରଙ୍ଗମାରି ମିଶନ ଶକ୍ତି କାଫେ ନାମ ଦିଆଯାଇଥିଲା । ନିମ୍ନମାନର କାମ ହୋଇଥିବା କାର
ଣରୁ ଏହାର ଦୁର୍ବଳ କାନ୍ଥରୁ ସିଲିଂ ଖସିପଡିଥିବା ଜଣାପଡିଛି ।