Type Here to Get Search Results !

୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା

 



ଭୁବନେଶ୍ୱର:-

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଏକ ଐତିହାସିକ ସମାରୋହର ସାକ୍ଷୀ ହେବେ ସବୁ ଓଡ଼ିଶାବାସୀ। ପ୍ରଥମଥର ପାଇଁ ବିଜେପି ରାଜ୍ୟରେ ସରକାର ଗଢ଼ିବ। ଏ ସରକାରର ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଟାଣୁଆ ନେତା ମୋହନ ମାଝୀ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ପାଇଁ ବୁଧବାର ଅପରାହ୍ନ ୫ଟାରେ ଜନତା ମଇଦାନରେ ଏକ ଭବ୍ୟ ସମାରୋହ ହେବ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ସହିତ ପୂରା ମନ୍ତ୍ରିମଣ୍ଡଳ ଇଶ୍ୱରଙ୍କ ନାଁରେ ଶପଥ ନେବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ବହୁ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହେବେ ।

ଏହି ସମାରୋହରେ ସାମିଲ ପାଇଁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି । ଶପଥ ଉତ୍ସବରେ ସାମିଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭୁବନେଶ୍ୱର ଆସିବେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ସମାରୋହରେ ସାମିଲ ପରେ ସେ ଭୁବନେଶ୍ୱର ଅଭିମୁଖେ ବାହାରିବେ । ଅପରାହ୍ନ ସାଢ଼େ ୨ଟା ୧୦ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ରାଜଭବନ ଯିବେ । ସେଠାରେ ପ୍ରାୟ ଦୁଇ ଘଣ୍ଟା ରହିବେ । ସାଢ଼େ ୪ଟାରେ ଜନତା ମଇଦାନ ଅଭିମୁଖେ ବାହାରିବେ । ଶପଥ ଉତ୍ସବ ପାଇଁ ଜନତା ମଇଦାନରେ ଜୋର୍ଦାର ପ୍ରସ୍ତୁତି ଚାଲିଛି । ରାଜଭବନରୁ ଜନତା ମଇଦାନ ଯାଏ ରାସ୍ତାର ଉଭୟ ପାଶ୍ୱର୍କୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜାଯାଇଛି । ବିଧାନସଭା ଓ ସଚିବାଳୟ ସମ୍ମୁଖ ରାସ୍ତା ଆଲୋକମାଳାରେ ଝଲସୁଛି । କୋଣାର୍କ କାରୁକାର୍ଯ୍ୟ ଥିମ୍ରେ ଶପଥ ସମାରୋହର ମଞ୍ଚ ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଝଲକ୍ ପ୍ରତିଫଳିତ ହେବ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.