Type Here to Get Search Results !

ବରିଷ୍ଠ ସାମ୍ବାଦିକ ସଂଘ ଓଡ଼ିଶା ତରଫରୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ --

 

ଗତ ଜୁନ -୧୬ ତାରିଖ ରବିବାର ମଧ୍ୟାହ୍ନ ସମୟରେ ଭୁବନେଶ୍ୱର ସ୍ତିତ ଓଡ଼ିଶା ଗେଷ୍ଟ ହାଉସ  ପରିସରରେ ବରିଷ୍ଠ ସାମ୍ବାଦକ ସଂଘ, ଓଡ଼ିଶାର କର୍ମକର୍ତ୍ତା ମାନେ ଓଡ଼ିଶା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମୋହନ ଚରଣ ମାଝିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏଥି ସହିତ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଏକ ୫ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ମଧ୍ୟରେ ପ୍ରମୁଖ ଦୁଇ ଦାବି ତଥା  ସମସ୍ତ ଅବସରପ୍ରାପ୍ତ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଅନ୍ୟାନ୍ୟ ୨୧ଟି ରାଜ୍ୟ ପରି ପେନସନ ପ୍ରଦାନ କରିବା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ପୂର୍ବରୁ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିର ଅଗ୍ରଗତି ସମ୍ପର୍କରେ ଆର.ଟି. ଆଇ. ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି  କାହ୍ନୁ ଚରଣ ନନ୍ଦ ଓ ସାଧାରଣ ସମ୍ପାଦକ ଆଶୁତୋଷ ବେହେରାଙ୍କ ନେତୃତ୍ୱରେ ରାଜ୍ୟ ଉପସଭାପତି ପ୍ରଦୀପ୍ତ କିଶୋର ଚୌଧୁରୀ, ସଂଗଠନ ସମ୍ପାଦକ ବିପ୍ଲବ ମହାନ୍ତି, ରଘୁନାଥ ସାହୁ, କାର୍ଯକାରୀ ସଦସ୍ୟ ରତ୍ନାକର ଜେନା, ଜୀବନାନନ୍ଦ ଅଧିକାରୀ, ସବସ୍ୟ ଦେବେ ସିଂହ ଏବଂ ପୁରୀ ଜିଲ୍ଲା ସଭାପତି ସରୋଜ କୁମାର ମିଶ୍ର, ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସଦସ୍ୟ ଭାଗବତ ପଟ୍ଟନାୟକ, ଢେଙ୍କାନାଳ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସଂପୃକ୍ତ ବିଭାଗ ସହିତ ଆଲୋଚନା କରିବା ପରେ ଦାବିଗୁଡକର ସମାଧାନ କରାଯିବ ବୋଲି ଆଶ୍ଵାସନା ପ୍ରଦାନ କରିଛନ୍ତି।ଏହି ଐତିହାସିକ ବିଚାରଧାରା ପାଇଁ ତିର୍ତ୍ତୋଲ ପ୍ରେସକ୍ଲବ ର ସମସ୍ତ ବରେଣ୍ୟ ଉପଦେଷ୍ଟା ମଣ୍ଡଳୀ ଏବଂ କାର୍ଯ୍ୟକର୍ତ୍ତା ବୃନ୍ଦ ସ୍ୱାଗତ କରିବା ସହିତ ସମର୍ଥନ ମଧ୍ୟ ଜଣାଇଛନ୍ତି !


Post a Comment

0 Comments
* Please Don't Spam Here. All the Comments are Reviewed by Admin.