Type Here to Get Search Results !

ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା ; ମେଡିକାଲରେ ଆଖିବୁଜିଲେ ଜଣେ


ପୁରୀ :-

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଦୁର୍ଘଟଣା ଘଟଣା । ଭୋର ସୁଦ୍ଧା କଟକ ଏସ୍‌ସିବି ମେଡିକାଲରେ ସାତ ଜଣ ଭର୍ତ୍ତି ହୋଇଛନ୍ତି । ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାକି ଅନ୍ୟ ୬ ଜଣଙ୍କୁ ସର୍ଜରୀ ଓ ପ୍ଲାଷ୍ଟିକ୍‌ ସର୍ଜରୀରେ ଚିକିତ୍ସା ଜାରି ରହିଛି । ବାକି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ନରେନ୍ଦ୍ର ପୋଖରୀରେ ଚନ୍ଦନ ଯାତ୍ରାର ଆୟୋଜନ କରା ଯାଉଥିବା ବେଳେ ଆତସବାଜି କରା ଯାଉଥିଲା । କିନ୍ତୁ ହଠାତ୍ ଫୁଟୁଥିବା ବାଣରୁ ନିଆଁ ଝୁଲ ଛିଟିକି ନିକଟରେ ଗଦା ହୋଇଥିବା ଅଫୁଟା ବାଣରେ ପଡ଼ି ଯାଇଥିଲା ଫଳରେ ସେଠାରେ ଥିବା ଅଫୁଟା ବାଣ ପ୍ରଚଣ୍ଡ ଶବ୍ଦରେ ଫୁଟିବା ସହ ଲୋକଙ୍କ ଉପରେ ଫୁଟି ଯାଇଥିଲା। ବାଣ ବିସ୍ଫୋରଣରେ ଏକାଧିକ ଗୁରୁତର ଆହତ ଥିବାରୁ ପ୍ରଥମେ ପୁରୀ ମେଡିକାଲ ପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆହତଙ୍କ ପାଇଁ ସମସ୍ତ ମେଡିକାଲ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ବହନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.