Type Here to Get Search Results !

ଇଣ୍ଡିଗୋ ଆରମ୍ଭ କଲା ନୂଆ ସେବା, ମହିଳା ଯାତ୍ରୀଙ୍କ ପାଖ ସିଟ୍ ବାଛିପାରିବେ ଫିମେଲ୍ ପାସେଞ୍ଜର

 


ନୂଆଦିଲ୍ଲୀ :-

ଘରୋଇ ବିମାନ କମ୍ପାନି ଇଣ୍ଡିଗୋ ଏକ ନୂଆ ସୁବିଧା ଆରମ୍ଭ କରିଛି ଏହା ଅନ୍ତର୍ଗତ ମହିଳା ଯାତ୍ରୀ ୱେବ୍ ଚେକ୍-ଇନ୍ ସମୟରେ ଦେଖିପାରିବେ ଯେ, ଅନ୍ୟ ମହିଳା ଯାତ୍ରୀମାନେ କେଉଁ ସିଟ୍ଗୁଡ଼ିକ ପ୍ରି-ବୁକ୍ କରିଛନ୍ତି ଏହି ସୁବିଧା ଜରିଆରେ ସେମାନେ ଅନ୍ୟ ମହିଳା ଯାତ୍ରୀଙ୍କ ପାଖ ସିଟ୍କୁ ନିଜ କମ୍ଫର୍ଟ ହିସାବରେ ବାଛିପାରିବେ

ତେବେ ବୈଶିଷ୍ଟ୍ୟ କେବଳ ୱେବ୍ ଚେକ୍-ଇନ୍ ସମୟରେ ହିଁ ମହିଳା ଯାତ୍ରୀଙ୍କ ପକ୍ଷରୁ ବୁକ୍ କରାଯାଇଥିବା ସିଟ୍ ନେଇ ବିବରଣୀ ଦେବ ତେବେ ଇଣ୍ଡିଗୋ ପକ୍ଷରୁ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯାଇଛି

ଟ୍ରାଭେଲ କମ୍ଫର୍ଟ ଏବଂ ନିରାପତ୍ତା ପାଇଁ ଏୟାର୍ଲାଇନ୍ସ ଏହି ସୁବିଧା ଆରମ୍ଭ କରିଛି ବିଶେଷ କରି ଯେଉଁ ମହିଳାମାନେ ଏକାକୀ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ସୁବିଧା କାର୍ଯ୍ୟରେ ଆସିବ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ସୁବିଧାକୁ ଆରମ୍ଭ କରିବା ପୂର୍ବରୁ ଏୟାର୍ଲାଇନ୍ ମହିଳା ଯାତ୍ରୀଙ୍କ ଆବଶ୍ୟକତାକୁ ଉତ୍ତମ ଢଙ୍ଗରେ ବୁଝିବା ପାଇଁ ବଜାର ସର୍ଭେ କରିଥିଲା ଏହି ନିଷ୍ପତ୍ତି ମହିଳାଙ୍କ ନିରାପତ୍ତା ଏବଂ କମ୍ଫର୍ଟ ପ୍ରତି ଏୟାର୍ଲାଇନ୍ର ପ୍ରତିବଦ୍ଧତାର ଅଂଶ। ୱେବ୍ ଚେକ୍-ଇନ୍ ଜରିଆରେ ଯାତ୍ରୀ ବିମାନ ବନ୍ଦର ଚେକ୍-ଇନ୍ କାଉଣ୍ଟର ଯାଇ ନିଜ କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନ ଜରିଆରେ ଚେକ୍-ଇନ୍ ପ୍ରୋସେସ୍କୁ ସମ୍ପୂର୍ଣ୍ଣ କରିପାରିବେ

Post a Comment

0 Comments
* Please Don't Spam Here. All the Comments are Reviewed by Admin.