ଚମ୍ପୁଆ :-
ଚମ୍ପୁଆ ବିଧାନ ସଭା ଆସନ ଓଡ଼ିଶା ର ଚର୍ଚ୍ଚିତ ବିଧାନ ସଭା ଆସନ ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ବିଧାନ ସଭା ଆସନ ରୁ ବିଧାୟକ ହେବା ଆଶାରେ ୧୫ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ବିଜେଡି ଦଳ ରୁ ସନାତନ ମହାକୁଡ଼, ବିଜେପି ଦଳ ରୁ ମୁରଲୀ ମନୋହର ଶର୍ମା , କଂଗ୍ରେସ ଦଳ ରୁ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ବିଏସପି ଦଳ ରୁ ଜୟୀ ମୁଣ୍ଡା, ଆମ୍ବେଦକରାଇଟ ପାର୍ଟି ଅଫ ଇଣ୍ଡିଆ ଦଳ ରୁ ଅଙ୍କଜ କୁମାର ଜଇସୱାଲ , ଇଣ୍ଡିଆନ ସିଟିଜେନ ପାର୍ଟି ଦଳ ରୁ ବସନ୍ତ କୁମାର ମହାନ୍ତ , କଳିଙ୍ଗ ନେସନାଲ ଫ୍ରଣ୍ଟ ଦଳ ରୁ ଖିତିଶ ଚନ୍ଦ୍ର ମହାନ୍ତ, ମାନସ ଲୋକ ଶକ୍ତି ଦଳ ରୁ ଲୋକନାଥ ନାଏକ, ଅଜସୁ ଦଳ ରୁ ସଞ୍ଜୟ କୁମାର ମହାନ୍ତ ପ୍ରାର୍ଥୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ବାସମତି ମୁଣ୍ଡା, ବେଣୁଧର ମହାନ୍ତ, ଗୁରୁବକ୍ସ ସିଂ ଆହଲୁୱାଲିଆ, ଯାକ୍ରିଆସ କିସପଟ୍ଟା, କ୍ଷୀରୋଦ କୁମାର ଗିରି, ସନ୍ତୋଷ କୁମାର ମହାପାତ୍ର ନିର୍ବାଚନ ରଣାଙ୍ଗନ କୁ ଓହ୍ଲାଇଥିବା ଜଣା ପଡ଼ିଛି। ବିଧାୟକ ଆଶାୟୀ ପ୍ରାର୍ଥୀ ମାନେ ତାଙ୍କ ପ୍ରଚାର ସମାପ୍ତ କରି ସାରିଥିବା ବେଳେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ଦୁଇ ଲକ୍ଷ ତିରିଶ ହଜାର ପାଞ୍ଚ ଶହ ବତିଶ ( ୨୩୦୫୩୨ ) ଜଣ ଭୋଟର ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଧାରଣ କରିବେ। ତେବେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବା ନେଇ ପୂର୍ବାନୁମାନ କରାଯାଉଥିବା ବେଳେ ଅନ୍ୟ ଦଳରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ସ୍ଵାଧୀନ ପ୍ରାର୍ଥୀ ମାନେ ମଧ୍ୟ ବେଶ କିଛି ସଂଖ୍ୟା ରେ ଭୋଟ ହାତେଇ ନେବେ ବୋଲି ଅନୁମାନ କରାଯାଏ। ତେବେ ବିଜେଡି, ବିଜେପି ଓ କଂଗ୍ରେସ ଏହି ପ୍ରମୁଖ ତିନି ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ବ୍ୟକ୍ତ କରିଥିବା ବେଳେ ବିଜୟୀ ପ୍ରାର୍ଥୀ ଖୁବ୍ କମ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ପୂର୍ବାନୁମାନ କରିଛନ୍ତି। ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ
Very nice
ReplyDelete