Type Here to Get Search Results !

ଫିଲ୍ମ ଷ୍ଟାଇଲ ରେ ଜିଲ୍ଲା ମୁଖ୍ୟ କାରାଗାରରୁ ୨ କଏଦୀ ଫେରାର


ଭବାନୀପାଟଣା :-

କଳାହାଣ୍ଡି ର ଭବାନୀପାଟଣା ରେ ଥିବା  ଜିଲ୍ଲା ମୁଖ୍ୟ କାରାଗାର ରୁ ଆଜି ଫିଲ୍ମ ଷ୍ଟାଇଲ ରେ ଦୁଇ କଏଦୀ ଫେରାର ମାରିବା ବର୍ତମାନ ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି। ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ। ତେବେ ଏ ଘଟଣା ରେ ଜିଲ୍ଲା ମୁଖ୍ୟ କାରାଗାର ସୁରକ୍ଷା ରେ ଢିଲା ବ୍ୟବସ୍ଥା ସୂଚାଉଥିବା ବେଳେ କିଛି ଲୋକ କାରାଗାର କର୍ମଚାରୀ ଙ୍କ ସହଯୋଗରେ ଏଭଳି ଘଟଣା ଘଟିଥିବା କଥା ଟାହିଟାପରା ହେଉଛନ୍ତି। ତେବେ ବର୍ତମାନ ଜେଲ କତୃପକ୍ଷ ଦ୍ୱାରା ଦୁଇ କଏଦୀ ଙ୍କୁ ଖୋଜାଖୋଜି ଚାଲୁ ରହିଥିବା ଖବର ମିଳିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.