Type Here to Get Search Results !

ପିପିଲି ଡେଲାଙ୍ଗରେ ଅରୁପ ଓ ରୁଦ୍ରପ୍ରତାପଙ୍କ ମାରାଥନ ପ୍ରଚାର


 ପିପିଲି :-

 ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ପିପିଲି ଡେଲାଙ୍ଗ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଆଜି ୨ୟ ଦିନରେ ମାରଥାନ ପ୍ରଚାର ଆରମ୍ଭ କରିଛନ୍ତି ।ଏହି ମାରଥାନ ପ୍ରଚାର ରେ ଆଜି ଡେଲାଙ୍ଗ ବ୍ଲକର କଲ୍ୟାଣପୁର ପଂଚାୟତ ,ମୁନିଦା ,ଡେଲାଙ୍ଗ କୋଠବାଡ ପଂଚାୟତ ,ପିପିଲି ବ୍ଲକର ୨୪ନମ୍ବର ଜିଲ୍ଲାପରିଷଦ ଜୋନର ସହଜପୁର ପଂଚାୟତ ,ତେଇସିପୁର ,ବୀରପୁରୁଷତମପୁର ,ଯଶୁଆପୁର ,ରଥପୁରୁଷତମପୁର ,ସରସ୍ୱତୀପୁର ,ରୁପୁଦେଇପୁର ଓ ଚନ୍ଦ୍ରାଦେଇପୁର ଗ୍ରାମ ପଂଚାୟତରେ ବିଭିନ୍ନ ଛକ ଗାଁ ମାନଙ୍କରେ ପ୍ରଚାର କରାଯାଇ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଶଂଖ ଚିହ୍ନରେ ବିପୁଳ ପରିମାଣ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀଯୁକ୍ତ ମହାରଥୀଙ୍କ ସମେତ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ଜିଲ୍ଲାପରିଷଦ ପ୍ରସନ୍ନ ସାହୁ,ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ଜିଲ୍ଲାପରିଷଦ ଧରଣୀଧର ସାହୁ,ବିଧାୟକଙ୍କ ପ୍ରତିନିଧୀ ଆର୍ତବନ୍ଧୁ ସାମନ୍ତରାୟ,ଆତ୍ମା ଅଧ୍ୟକ୍ଷ ପ୍ରକାଶ ଧଳ , ପୁର୍ବତନ ଯୁବ ବିଜେଡି ପିପିଲି ବ୍ଲକ ସଭାପତି ମନୋଜ ଦାଶ ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାଶ,ସହଜପୁର ସରପଂଚ ସତ୍ୟନାରାୟଣ ବସ୍ତିଆ,ଯଶୁଆପୁର ପଂଚାୟତ ସମିତିସଭ୍ୟ ରଶ୍ମିରଞ୍ଜନ ଭଟ୍ଟ,ଆଶିଷ ବରାଳ,ପୁର୍ବତନ ଜିଲ୍ଲାପରିଷଦ ରାଧାମଣି ପ୍ରଧାନ,ନକୁଳ ପ୍ରଧାନ,ରୁପୁଦେଇପୁର ପଂଚାୟତ ସରପଂଚ ରୀନାମଣୀ ମିଶ୍ର,ସମିତିସଭ୍ୟ ରଘୁନାଥ ସାହୁ ବୀରପୁରୁଷତମପୁର ସରପଂଚ ଧୃବଚରଣ ପ୍ରଧାନ,ସମିତିସଭ୍ୟ ଜଗନ୍ନାଥ ତ୍ରିପାଠୀ ଚନ୍ଦ୍ରାଦେଇପୁର ପଂଚାୟତ ପୁର୍ବତନ ନରେନ୍ଦ୍ର ସ୍ୱାଇଁ ପ୍ରମୁଖ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ । ପିପିଲି ରୁ ଦିବାକର ପ୍ରଧାନ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.