Type Here to Get Search Results !

ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି


ଭୁବନେଶ୍ୱର :-

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୧୨ ଟି ବିଧାନସଭା ସିଟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ସମସ୍ତ ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଜି ୧୧୨ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର ।

ସେହିପରି ସୁନ୍ଦରଗଡ଼ରୁ କୁସୁମ ଟେଟେ, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରୁ ଗୌତମ ରାୟ, କୋରେଇରୁ ଆକାଶ ଦାସ ନାୟକ ଓ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ ଲଢ଼ିବେ ବୋଲି ଜଣା ପଡ଼ିଛି । ତଳସରାରୁ ଭବାନୀଶଙ୍କର ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲୀରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାଏକ ଲଢ଼ିବେ ।

କୁଚିଣ୍ଡାରୁ ରବି ନାରାୟଣ ନାଏକ, ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ ସେଠୀ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ଭଦ୍ରକରୁ ସୀତାଂଶୁ ଶେଖର ମହାପାତ୍ର, ବିଂଝାରପୁରରୁ ବବିତା ମଲ୍ଲିକ ଓ ବଡ଼ଚଣାରୁ ଅମର ନାୟକ ଲଢ଼ିବେ ।

 ଧର୍ମଶାଳାରୁ ସ୍ମୃତିରେଖା ପହି, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତୃଘ୍ନ ଜେନା, ପରଜଙ୍ଗରୁ ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳିନ୍ଦୀ ସାମଲ, ଛେଣ୍ଡିପଦାରୁ ଅଗସ୍ତୀ ବେହେରା, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ ।

ସେହିପରି ବାଲେଶ୍ୱରରୁ ମାନସ ଦତ୍ତ, ରେମୁଣାରୁ ଗୋବିନ୍ଦ ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳା, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ବଲାଙ୍ଗିରରୁ ଗୋପାଳଜୀ ପାଣିଗ୍ରାହୀ ଓ ଟିଟିଲାଗଡ଼ରୁ ନବୀନ ଜୈନ ଲଢ଼ିବେ ବୋଲି ଜଣା ପଡ଼ିଛି ।

କଣ୍ଟାବାଂଜିରୁ ଲକ୍ଷ୍ମଣ ବାଗ, ନୂଆପଡ଼ାରୁ ଅଭିନନ୍ଦନ ପଣ୍ଡା, ଖଡ଼ିଆଳରୁ ହିତେଶ ବଗର୍ତ୍ତୀ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରୁ ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡ଼ରୁ ସୁଧୀର ପାଟ୍ଟଯୋଶୀ, ନର୍ଲାରୁ ଅନୀରୁଦ୍ଧ ପ୍ରଧାନ, ବାଲିଗୁଡ଼ାରୁ କଳ୍ପନା କହଁର, ଜି.ଉଦୟଗିରିରୁ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ ଲଢ଼ିବେ ।

ସେହିପରି ବୌଦ୍ଧରୁ ସରୋଜ ପ୍ରଧାନ, ବଡ଼ମ୍ବାରୁ ସମ୍ବିତ ତ୍ରିପାଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼ରୁ ଅଭୟ ବାରିକ, ଚୌଦ୍ୱାରରୁ ନୟନ କିଶୋର ମହାନ୍ତି, ନିଆଳିରୁ ଛବି ମଲ୍ଲିକ, କଟକ ସଦରରୁ ପ୍ରକାଶ ସେଠୀ, ମାହାଙ୍ଗାରୁ ସୁମନ୍ତ ଘଡ଼େଇ, ପାଟକୁରାରୁ ତେଜେଶ୍ୱର ପରିଡ଼ା, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକ ଲଢ଼ିବେ ।

ପାରାଦୀପରୁ ସଂପଦ ସ୍ୱାଇଁ, ତିର୍ତ୍ତୋଲରୁ ରାଜକିଶୋର ବେହେରା, ନିମାପଡ଼ାରୁ ପ୍ରଭାତି ପରିଡ଼ା, ପୁରୀରୁ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରିରୁ ଉପାସନା ମହାପାତ୍ର, ସତ୍ୟବାଦୀରୁ ଓମ୍‌ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ଜୟଦେବରୁ ଅରବିନ୍ଦ ଢ଼ାଲିଙ୍କୁ ମିଳିଛି ଟିକେଟ । ରାଜଧାନୀର ପ୍ରାର୍ଥୀପତ୍ର ମଧ୍ୟ ଘୋଷଣା କରିଛି ବିଜେପି ।

ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ ଲଢ଼ିବା ବେଳେ ଭୁବନେଶ୍ୱର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଏକାମ୍ରରୁ ବାବୁ ସିଂହ, ଜଟଣୀରୁ ବିଶ୍ୱରଂଜନ ବଡ଼ଜେନା, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ରଣପୁରରୁ ତାପସ ମାର୍ଥା, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ୱାଇଁ, ଦଶପଲ୍ଲାରୁ ରାଘବ ମଲ୍ଲିକ, ନୟାଗଡ଼ରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଲଢ଼ିବେ । ଭଂଜନଗରରୁ ପ୍ରଦ୍ୟୁମ୍ନ ନାଏକ, ପୋଲସରାରୁ ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର ରୁ ପ୍ରତାପ ନାୟକ, ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରୁ କୃଷ୍ଣଚନ୍ଦ୍ର ନାୟକ, ଆସିକାରୁ ସରୋଜ ପାଢ଼ୀ, ସୋରଡ଼ାରୁ ନୀଳମଣି ବିଷୋୟୀ, ହିଂଜିଳିରୁ ଶିଶିର ମିଶ୍ର, ଗୋପାଳପୁରରୁ ବିଭୂତି ଜେନା, ବ୍ରହ୍ମପୁରରୁ କେ. ଅନୀଲ କୁମାର, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ଚିକିଟିରୁ ମନୋରଂଜନ ଦ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡିରୁ କେ. ନାରାୟଣ ରାଓ ଲଢ଼ିବେ । ଗୁଣପୁରରୁ ତ୍ରିନାଥ ଗମାଙ୍ଗ, କୋରାପୁଟରୁ ରଘୁରାମ ମାଛ, ପଟ୍ଟାଙ୍ଗୀରୁ ଚୈତନ୍ୟ ହନ୍ତାଳ, ମାଲକାନଗିରିରୁ ନରସିଂହ ମାଡ଼କାମୀ ଲଢ଼ିବେ । ସେହିପରି ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ବିଜେପୁରରୁ ସନତ ଗଡ଼ତିଆ, ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରାରୁ ନିହାର ମହାନନ୍ଦ, ଭଟଲୀରୁ ଈରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ ଙ୍କୁ ଟିକେଟ ମିଳିଛି । ସେହିପରି ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ, ପାଟଣାଗଡ଼ରୁ ପ୍ରାର୍ଥୀ ହେଲେ କନକ ବର୍ଦ୍ଧନ ସିଂହଦେଓ, ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ୍ତ ନାଏକ, ବ୍ରଜରାଜନଗରରୁ ପ୍ରାର୍ଥୀ ହୋଇଛନ୍ତି ସୁରେଶ ପୂଜାରୀ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.