Type Here to Get Search Results !

ଝାରସୁଗୁଡ଼ା ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ବିଜେପି ପକ୍ଷରୁ ଘୋଷଣା



ଝାରସୁଗୁଡା :- 

ବହୁ ପ୍ରତୀକ୍ଷା ପାରେ ଆଜି ବିଜେପି ପକ୍ଷରୁ ରାଜ୍ୟରେ ୧୧୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଝାରସୁଗୁଡ଼ା ଜିଲ୍ଲାରେ ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ୨୦୨୪ ମସିହା ସାଧାରଣ ନିର୍ବାଚନ ପାଇଁ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଟଙ୍କଧର ତ୍ରିପାଠୀ ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ସୁରେଶ ପୂଜାରୀ ଙ୍କ ନାମ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ତରଫରୁ ଘୋଷଣା ହୋଇଯାଇଛି । ବହୁ ଦିନ ଧରି ଅନେକ ଆଶାୟୀ ଏହି ଦୁଇ ବିଧାନସଭା ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ହେବାକୁ ଆଶା ପୋଷଣ କରିଥିବା ବେଳେ ଦ୍ୱନ୍ଦ୍ୱ ରେ ଥିଲେ ଜନତା। ତେବେ ଜିଲ୍ଲାରେ ସର୍ବ ପ୍ରଥମେ ବିଜେପି ନିଜ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅନ୍ୟ ପକ୍ଷରେ ବିଜେଡି, କଂଗ୍ରେସ ତଥା ଅନ୍ୟ ରାଜନୈତିକ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଦେଇ ନାହାନ୍ତି। ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପାରେ ଅନେକ ଆଶାୟୀ ପ୍ରାର୍ଥୀ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.