Type Here to Get Search Results !

ବିଜେଡି ପ୍ରାଥମିକ ସଦସ୍ୟତା ରୁ ଅସିତ ପଟ୍ଟନାୟକ ଙ୍କ ଇସ୍ତଫା

 


ଭଦ୍ରକ :-

ଦୀର୍ଘ ୧୫ ବର୍ଷ ର ବିଜେଡି ସହ ଥିବା ସମ୍ପର୍କକୁ ଛିନ୍ନ କଲେ ଅସିତ ପଟ୍ଟନାୟକ। ଆଜି ଅସିତ ନିଜ ବିଜେଡି ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଇଛନ୍ତି। ବିଜେଡି ର ମାର୍ଚ୍ଚ ୨୭ ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା। ତେବେ ଜଣେ ଆଶାୟୀ ତଥା ପୂର୍ବତନ ଭଦ୍ରକ ବିଧାୟକ ଙ୍କ ପୁଅ ହିସାବରେ ଅସିତ ପଟ୍ଟନାୟକ ଙ୍କ ନାଁ ମଧ୍ୟ ଆଗରେ ରହିଥିବା ବେଳେ ବିଜେଡି ପ୍ରଫୁଲ ସାମଲ ଙ୍କୁ ଭଦ୍ରକ ବିଧାନସଭା ପ୍ରାର୍ଥୀ ରୂପେ ଘୋଷଣା କରିଥିଲା। ଏହାକୁ ନେଇ ଭଦ୍ରକ ବିଜେଡି ର ଅନେକ କର୍ମୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରିଶେଷରେ ଆଜି ଅସିତ ମଧ୍ୟ ନିଜକୁ ବିଜେଡି ରୁ ସମ୍ପୂର୍ଣ ରୂପେ ଦୁରେଇ ଦେଇଛନ୍ତି।


ଅସିତ ନିଜ ଇସ୍ତଫା ପତ୍ର ରେ ଲେଖିଛନ୍ତି  ଗତ ୧୫ ବର୍ଷ ଧରି ସେ ବିଜେଡି ସହ ଯୋଡି ହୋଇ ରହିଛନ୍ତି। ତେବେ ୨୦୧୯ ରେ ତାଙ୍କୁ ଅଣଦେଖା କରି ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ ପ୍ରଦାନ କରିଥଲା ବିଜେଡି। ଆଜି ଅର୍ଥାତ ୨୦୨୪ ରେ ଅନୁରୂପ ଭାବେ କଲେଜ ର ପିଲାଙ୍କ ଟଙ୍କା ଖାଉଥିବା ତଥା ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ ଟିକେଟ ମିଳୁଛି କିନ୍ତୁ ତାଙ୍କୁ ପୁଣି ଜାଣିବୁଝୀ ଅଣଦେଖା କରାଯାଇଛି। ଏଥିରେ ସେ ମର୍ମାହତ ହୋଇ ଆଜି ବିଜେଡି ର ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଦେଇଛନ୍ତି। ତେବେ ଅସିତ ଙ୍କ ଭଳି ଟାଣୁଆ ନେତାଙ୍କ ବିଜେଡି ଛାଡ଼ିବା ଆଗାମୀ ଦିନରେ ବିଜେଡି କୁ କେତେ ମହଙ୍ଗା ପଡିବ ତାହା ନିଶ୍ଚିତ ଭାବେ ସମୟ କହିବ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.