କିର୍ମିରା :-
କିର୍ମିରା ବ୍ଳକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ କାର୍ଯ୍ୟକାଳ ୨ୟ ବର୍ଷ ପୂର୍ତ୍ତି ଅବସରରେ ବ୍ଳକର ଯୁବ ସମାଜ ପକ୍ଷରୁ ଅଧ୍ୟକ୍ଷାଙ୍କ କର୍ଯ୍ୟାଳୟରେ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜନପ୍ରତିନିଧି ସରପଞ୍ଚ ସନ୍ତୋଷିନୀ ପଟେଲ,ତପି ମରେଇ,ସଙ୍ଗିତା ପଟେଲ,ମନ ବାଗ,ସମିତି ସଭ୍ୟ କୄଷ୍ଣଚନ୍ଦ୍ର ପ୍ରଧାନ,ଦୁରାବତୀ ପ୍ରଧାନ ଓ ବିଡିଓ ଡା.ଜଗଦିଶ ଚନ୍ଦ୍ର ମହାନନ୍ଦ,ଏବିଡିଓ ଖିଲେଶ୍ବରୀ କାଲୋ,ଏଇ ବିନୟ ଭୂଷଣ ଦାସ ସହ ବ୍ଳକ କର୍ମଚାରୀ ଫୁଳଗୁଚ୍ଚ୍ଥ ଓ ଉପଢୌକନ ଦେଇ ସମର୍ଦ୍ଧନା ଜ୍ଞାପନ କରିଥିଲେ।ଏହି ଅବସରରେ ଅଧ୍ୟକ୍ଷା ଜନପ୍ରତିନିଧି ଓ ବ୍ଳକ କର୍ମଚାରୀଙ୍କୁ ସରକାରଙ୍କ ସମସ୍ତ ଯୋଜନା ହିତାଧିକାରୀ ମାନଙ୍କୁ ପହଞ୍ଚାଇବା ସହ ସ୍ବଚ୍ଚ୍ଥ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତେଜରାଜ ସାହୁ,ପୂର୍ବତନ ସରପଞ୍ଚ ଅଶ୍ବିନୀ ଦଣ୍ତପାଟ,ସଚିତାନନ୍ଦ ପଟେଲ,ସନ୍ଦିପ କୁମାର ପଟେଲ,ବିକାଶ ଶର୍ମା,ଆଲୋକ ସାହୁ,ସନ୍ଦିପ ଶର୍ମା,ଫକିର ରଣା,ଭଗବାନ ଭୋଲ ସହ ବ୍ଳକର ୮ଟି ପଞ୍ଚାୟତ ଶହଶହ ଯୁବ ସମାଜ ଉପସ୍ଥିତ ଥିଲେ।

