କଟକ :-
ଆଜି ଓଲିଉଡ଼ ନାୟକ ତଥା ବିଜେଡି ରାଜ୍ୟ ସମ୍ପାଦକ ଅରିନ୍ଦମ ରାୟ ବିଜେଡି ରୁ ନିଜକୁ ଦୁରେଇ ଦେଇଛନ୍ତି। ଯଥୋଚିତ ଭାବେ ତାଙ୍କୁ ବିଜେଡିରେ ଗୁରୁତ୍ୱ ଦେଉ ନଥିବା ପାଇଁ ସେ ଦଳ ଛାଡ଼ିଥିବା ନିଜ ଇସ୍ତଫା ପତ୍ର ରେ ଉଲ୍ଲେଖ କରିଛନ୍ତି ଅରିନ୍ଦମ।
ବିଗତ 2009 ରୁ 2014 ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ହୋଇ ବିଭିନ୍ନ ବିଜେଡି ର ରାଜନୈତିକ କାର୍ଯ୍ୟକ୍ରମ ରେ ନିଜକୁ ଯୋଡ଼ିଥିବା ବେଳେ ଆଜି ବିଜେଡି ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣିଛନ୍ତି ଅରିନ୍ଦମ। ଅନ୍ୟପକ୍ଷରେ ଅଦ୍ୟାବଧି ବିଭିନ୍ନ ସମୟରେ ସେ ବିଜେଡି ସୁପ୍ରିମୋ କିମ୍ବା ଅନ୍ୟ ଉଛପଦାଧିକାରୀ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ବି ତାଙ୍କୁ ଧରା ଛୁଆଁ ଦେଉନଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଅରିନ୍ଦମ। ନା ଯେ କେବଳ ରାଜ୍ୟ ସମ୍ପାଦକ ପଦ ଏହାସହ ପ୍ରାଥମିକ ସଦସ୍ୟ ପଦ ରୁ ମଧ୍ୟ ଅରିନ୍ଦମ ଆଜି ଇସ୍ତଫା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ଙ୍କ ମାଧ୍ୟମରେ। ତେବେ ଆଗକୁ ଅରିନ୍ଦମ ଆଉ କୌଣସି ଦଳ ସହ ମିଶିବେ ନା କଣ ତାହା ସମୟ ହିଁ କହିବ। ବ୍ୟୁରୋ ରିପୋର୍ଟ


