Type Here to Get Search Results !

ଘୁମୁସରୀ ଗୋ ପ୍ରଜାତୀ ସଂରକ୍ଷଣ ଓ ଘାସ–ବାସ-ଚାଷ ଅଭିଯୋଗ ସମାଧାନ ନିମିତ୍ତ ସମ୍ପୃକ୍ତ ବିଭାଗୀୟ ସମନ୍ୱୟ ବୈଠକ


ବେଲଗୁଣ୍ଠା :-

ଦେଶରେ ଆଜି ସୁଧା ୫୩ପ୍ରକାର ଗୋବଂଶ ଜାତୀୟ ଗୋବଂଶର ମାନ୍ୟତା ପ୍ରାପ୍ତ ହାସଲ କରିଛି। ତନ୍ମଧ୍ୟରୁ ୧୦ପ୍ରତିଶତ ଦୁଧିଆଳି ଗାଈ ଥିବା ବେଳେ ବାକି ୯୦ ଭାଗ କମ୍ କ୍ଷୀର ଦେଉଥିବା ପରିଶ୍ରମୀ ଓ ହଳ ଲଙ୍ଗଳ ଉପଯୋଗୀ ଗାଈଗୋରୁ ଅଛନ୍ତି ଯାହା ଆମ ଅଞ୍ଚଳର ଦେଶୀ ଘୁମୁସରୀ ଗାଈ। ଓଡିଆଙ୍କ ଦେଶୀ ଘୁମୁସରୀ ଗାଈ ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଅନାଦି କାଳରୁ ଆସୁଅଛି, ଆମ ଗୋପାଳ କ୍ଷୀର ପାଇଁ ଗାଈ ପIଳି ନଥାନ୍ତି, ତାର କ୍ଷୀର ସହ ଗୋବର ଓ ଗୋମୁତ୍ର ଓଡିଆଙ୍କ ବିଭିନ୍ନ ପର୍ବ ପର୍ବାଣୀରେ ବ୍ୟବହାର ସହ କୃଷିର ବିକାଶରେ ବହୁଳ ଆବଶ୍ୟକ ପଡିଥାଏ। ଘୁମୁସରୀ ଗୋ ପ୍ରଜାତୀ ସଂରକ୍ଷଣ ପାଇଁ ଘାସ–ବାସ-ଚାଷ ବିକାଶ ନିମିତ୍ତ ଗୋପାଳକ ଓ କୃଷକ ବାରମ୍ବାର ଜିଲ୍ଳାପାଳଙ୍କ ପାଖରେ ଅଭିଯୋଗ କରି ଆସୁଥିବା ବେଳେ ଆଜି ବେଲଗୁଣ୍ଠI ବ୍ଲକ ରାଜୀବ ନିର୍ମାଣ କେନ୍ଦ୍ର ସଭାଗୃହରେ ଜିଲ୍ଳା ପ୍ରଶାସନର ବିରଳ ଗୋବଂଶ ଘୁମୁସରୀ ଗୋପାଳକ ସାମୁହିକ ଅର୍ଥନୈତିକ ବିକାଶ ଜନିତ ସମ୍ପୃକ୍ତ ବିଭାଗୀୟ ଗୁଡିକର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଧାରଣ କରା ଯାଇଛି। ନରେଗI ନିୟମଅନୁସାରେ ଗୁହାଳ, ସାମୁହିକ ଗୁହାଳ, ପକ୍କା ଚଟାଣ, ଗୋମୁତ୍ର କୁଣ୍ଡ, ଜିଆଖତ, ଗୋବରଗ୍ଯାସ, ଅଜୋଲା କୁଣ୍ଡ, ଘାସଚାଷ ଯାହା ଘୁମୁସରୀ ଗୋପାଳକଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସ୍ଵତନ୍ତ୍ର ଗବ୍ୟସିଦ୍ଧି ପାଇଁ କାର୍ଯ୍ୟକରିବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ ଓ ଭଞ୍ଜନଗର ବିଡିଓ ମନ୍ମଥ ନାୟକ ପ୍ରକାଶ କରିଥିଲେ। ଗୋବର କଣ୍ଢେଇ ବଜାର ପାଇଁ ପାରମ୍ପରିକ କାରିଗରଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦେବା ସମ୍ପର୍କରେ ହସ୍ତଶିଳ୍ପ ସହ ନିର୍ଦ୍ଦେଶକ ନଗେନ୍ଦ୍ର ସିଙ୍ଗ , କୃଷକ ଉତ୍ପାଦକ ସଂଘ ଓ ଗ୍ରାମ୍ୟ ବଜାର ଉପରେ ନାବାର୍ଡ ଜିଲ୍ଲା ପ୍ରବନ୍ଧକ ସଞ୍ଜୀବ ମିଶ୍ର, ବିଭିନ୍ନ ବ୍ୟାଙ୍କ୍ ଯୋଜନା ଉପରେ ଲିଡ ପ୍ରାବନ୍ଧକ କେସି ନାୟକ, ଘୁମୁସରୀ ସିମନ, ଗାଈଗୋରୁ ଟୀକାକରଣ ଉପରେ ଉପଖଣ୍ଡ ପ୍ରାଣୀଧନ ଅଧିକାରୀ ଡାଃ ପ୍ରଦୀପ୍ତ କୁମାର ସାହୁ , ପଞ୍ଚଗବ୍ୟ ମାଧ୍ୟମରେ ରୋଗ ଉପସମ ହେବା ଉପରେ ସ୍ବାଗତିକା ନୟକ, ଘୁମୁସର ଆତ୍ମା ଘୁମୁସରୀ ଗୋବଂଶ ବିକାଶ ପାଇଁ ସୁଶାନ୍ତ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ଏହା ସହ ଗୋବର ଓ ଗୋମୁତ୍ର ଶିଳ୍ପ ଉପରେ ତାଲିମ ପ୍ରସ୍ତାବ ରଖାଯାଇଥିଲା। ଓରମାସ ଉପ ନିର୍ଦେଶକ ସତ୍ୟଶିବ ସୁନ୍ଦର ମଞ୍ଚ ପରିଚାଳନା କରିବା ସହ ଘୁମୁସରୀ ଗବ୍ୟସିଦ୍ଧିର ବଜାରି କରଣ ପ୍ରଚୁର ଥିବା ଦ୍ରୁଷ୍ଟିରୁ ଗୋବର ଶିଳ୍ପ, ଗୋବର ପେଣ୍ଟ୍ , ଗୋମୁତ୍ର ଅର୍କ, ଜୈବିକ ଖେତି ସହ ବିଭିନ୍ନ ପ୍ରସାଧନ ସାମଗ୍ରୀ ହେଲେ ଗୋପାଳକଙ୍କ ରୋଜଗାର ହେବା ସହ ଗାଈଗୋରୁର ଉପଯୁକ୍ତ ଯତ୍ନ ନେବା ଓ ଘୁମୁସରୀ ଗୋବିକାଶ ହେବା ଉପରେ ପ୍ରସ୍ତାବ ଦେଇଥିଲେ। ସମସ୍ତ ଘୁମୁସରୀ ଗୋପାଳକଙ୍କୁ ଗୁହାଳ, ଗୋଚର ବିକାଶ ପାଇଁ ରାଜସ୍ୱ ବିଭାଗକୁ ସହଯୋଗ ସହିତ ପାରମ୍ପରିକ କୃଷି ଉପରେ କୃଷି ବିଭାଗ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ନିମନ୍ତେ ସ୍ଥିର କରାଯାଇଥିଲା। ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସମସ୍ତ ଅଧିକାରୀ , ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଧନ୍ୟଦେବା ସହ ସବୁବେଳେ ଜିଲ୍ଲା ପ୍ରଶାସନ ଗୋପାଳକଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେବା ପାଇଁ ନିବେଦନ କରିଥିଲେ। ସମିତିର ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଶେରଗଡ, ସୋରଡା, ଧରାକୋଟ,ଆସ୍କା, ବୁଗୁଡା ଓ ବେଲଗୁଣ୍ଠା ବ୍ଲକ ଘୁମୁସରୀ ଚାଷୀ ଓ ଗୋପାଳକ ଅଂଶଗ୍ରହଣ କରିଥିଲେ।ବେଲଗୁଣ୍ଠା ରୁ ମନୋରଞ୍ଜନ ମହାରଣାଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.