ଭୁବନେଶ୍ୱର :-
ଆଜି ଭୁବନେଶ୍ୱର ସ୍ଥିତ ବୁଲନ ଭାଇ ସେବା ଭବନ ଠାରେ ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାଶ ଜଘନ୍ୟ ହତ୍ୟା, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳ ଉଲ୍ଲାସ ଜେନା ଜଘନ୍ୟ ହତ୍ୟା, ଯାଜପୁର ଜିଲ୍ଲା ବିଂଝାରପୁର ଶିଶୁକନ୍ୟା ପିହୁ ଅପହରଣ ମାମଲା, କଟକ ଜିଲ୍ଲା ମାହାଙ୍ଗା ବାଜପୁରା ଦୀପ୍ତିକାନ୍ତ ସାହୁ ଜଘନ୍ୟ ହତ୍ୟା, କଟକ ଜିଲ୍ଲା ମାହାଙ୍ଗା ଯୋଗେଶ୍ୱର ସାହୁ ଜଘନ୍ୟ ହତ୍ୟା, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ସମାଜସେବୀ ତପନ ମଲ୍ଲ ଜଘନ୍ୟ ହତ୍ୟା ଭଳି ମାମଲା ୨୦ ରୁ ଉର୍ଦ୍ଧ ଘଟଣା ରେ ସରକାରୀ ଦଳ ର ନେତାଙ୍କ ସମ୍ପୃକ୍ତି ଓ ସେମାନଙ୍କୁ ଘଣ୍ଟ ଘୋଡାଉଥିବା ରାଜ୍ୟ ସରକାର ଙ୍କ ବିରୋଧରେ ଆଜି ଗର୍ଜିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାର। ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ପୀଡିତ ପରିବାର ମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସମ୍ବଲପୁର ଗସ୍ତ କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭାପୁର ନିକଟରେ ପୀଡିତ ମାନଙ୍କୁ ଗିରଫ କରାଯାଇ ପୋଲିସ ଦ୍ୱାରା ମାନସିକ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ସଭାପତି ସୁବ୍ରତ ଦାସ।
ତେବେ ଆଗାମୀ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୋଷୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହେଲେ ନ୍ୟାୟ ପାଇଁ ଲଢେଇ ପରିବାର ବାଧ୍ୟ୍ୟହୋଇ ଦୋଷୀ ମାନଙ୍କ ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶାଙ୍କ ନିକଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିବ ବୋଲି ସୂଚନା ଦେଇଛନ୍ତି ସୁବ୍ରତ। ବ୍ୟୁରୋ ରିପୋର୍ଟ

