Type Here to Get Search Results !

ୱାର୍ଡ ସଭ୍ୟସଭ୍ୟା ମାନଙ୍କର ଦରମା ବୃଦ୍ଧି କୁ ନେଇ ବିଡ଼ିଓ ଲଇକେରା ଙ୍କୁ ଦୁଇ ଦଫା ଦାବି ପତ୍ର ପ୍ରଦାନ


ଲଇକେରା :-

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ମୁଖ୍ୟାଳୟର ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ଆନୁକୂଲ୍ୟରେ ତାରିଖ ୨୦.୦୩.୨୦୨୪ ମସିହା ବୁଧବାର ଦିନ ଲଇକେରା ବ୍ଳକ ର ୧୧ଗୋଟି ପଞ୍ଚାୟତ ର ୱାର୍ଡ ସଭ୍ୟସଭ୍ୟା ମାନଙ୍କର ଦରମା ବୃଦ୍ଧି ଦାବି ରେ ଶ୍ରୀମାନ ଅଲେଖ ଚନ୍ଦ୍ର ଘୁଟା ବିଡ଼ିଓ ଲଇକେରା ଙ୍କୁ ଦୁଇ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି   । ରାଜ୍ୟ ସରକାର ଯେଉଁ ଭାବେ ତ୍ରିସ୍ତରୀୟ ପଞ୍ଚାୟତ ରେ ନିର୍ବାଚିତ ହୋଇ ଆସିଥିବା ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ଅଣଦେଖା କରୁଛି । ସରପଞ୍ଚ ଙ୍କ ଠାରୁ ସମିତି ସଭ୍ୟ ସଭ୍ୟା ମାନଙ୍କର ଦରମା ତିନିଗୁଣା ହୋଇଥିବାବେଳେ ୱାର୍ଡ ସଭ୍ୟସଭ୍ୟା ମାନଙ୍କର ଦରମା ମାତ୍ର ୨୪୦ ଟଙ୍କା ରୁ ୪୮୦ ଟଙ୍କା କରିଛନ୍ତି ଯତ୍ ଦ୍ୱାରା ୱାର୍ଡ ସଭ୍ୟସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଗାମୀ ଦିନରେ ସଭ୍ୟ ସଭ୍ୟା ମାନଙ୍କର ଦରମା ବୃଦ୍ଧି ନ ହୁଏ ତାହେଲେ ୨୦୨୪ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ ସହିତ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛଘୁଞ୍ଚା ଦେବୁନାହିଁ  ବୋଲି ଅଲିଭା ମହିଳା ମହାସଂଘ ପକ୍ଷରୁ ସୂଚନା ମିଳିଛି  ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.