ନୂଆଦିଲ୍ଲୀ :-
ଆସନ୍ତା ୩୧ ମାର୍ଚ୍ଚ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି। ୩୧ ମାର୍ଚ୍ଚକୁ ରବିବାର ହେଉଥିବା ବେଳେ ଆର୍ଥିକ ବର୍ଷ ୨୦୨୩-୨୪ ର ଶେଷ ଦିନ ହୋଇଥିବା ଯୋଗୁଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିର୍ଦେଶନାମା ଜାରି ହୋଇଛି।
ଆଗାମୀ ୩୧ ମାର୍ଚ୍ଚ ୨୦୨୪, ରବିବାର ହେଉଥିବା ବେଳେ ଏବର୍ଷ ର ଅର୍ଥାତ ଆର୍ଥିକ ବର୍ଷ ୨୦୨୩-୨୪ ର ଶେଷ ଦିନ ଅଟେ। ଅନ୍ୟ ପକ୍ଷରେ ରବିବାର ଦିନ ଯେହେତୁ ସମସ୍ତ ବ୍ୟାଙ୍କ ବନ୍ଦ ରୁହେ ତେବେ ଏନେଇ ଅନେକ ଆର୍ଥିକ କାରବାର ବାଧା ପ୍ରାପ୍ତ ହେବା ଆଶଙ୍କା ରହିଥିଲା। ତେଣୁ ଏନେଇ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଛି। ଏଥିରେ ଆର୍ଥିକ ବର୍ଷର ଶେଷ ଦିନ ଟି ରବିବାର ଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି।

