କେନ୍ଦୁଝର:-
କେନ୍ଦୁଝର ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଓ ତାଙ୍କ ସାଂସଦ ପତ୍ନୀ ଶକୁନ୍ତଳା ଲାଗୁରୀ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି।
୨୦୦୯ ରେ ବିଜେଡ଼ି ରୁ ସାଂସଦ ହୋଇଥିବା ଯୋଶବନ୍ତ ଙ୍କୁ ୨୦୧୪ ରେ ଦଳ ଟିକେଟରୁ ବଞ୍ଚିତ କରି ତାଙ୍କ ସ୍ତ୍ରୀ ଶକୁନ୍ତଳା ଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗତ ନିର୍ବାଚନ ରେ ଦଳ ଦୁହିଁ ଙ୍କୁ ଅଣଦେଖା କରି ଚନ୍ଦାଣୀ ମୁର୍ମୁ ଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଗତ ନିର୍ବାଚନ ରୁ ଦଳ ତାଙ୍କୁ ଅଣଦେଖା କରୁଥିବା ବେଳେ ଗତ କିଛି ଦିନ ଧରି ସେ କଂଗ୍ରେସ ରେ ଯୋଗ ଦେବା ଚର୍ଚ୍ଚା ଯୋର ଧରିଥିଲା। ତେବେ ଆଜି କଂଗ୍ରେସ ରେ ସେ ଆନୁଷ୍ଠାନିକ ଭାବେ ଯୋଗ ଦେବା ପରେ ଏବେ ଜିଲ୍ଲା ରେ କଂଗ୍ରେସ ର ଶକ୍ତି ବୃଦ୍ଧି ହେବା ଅନୁମାନ କରାଯାଉଛି। ସୂଚନା ଯୋଗ୍ୟ କି ଯୋଶବନ୍ତ ଙ୍କ ପିତା୧୯୮୫ ରୁ ୧୯୯୦ ଓ ୧୯୯୫ ରୁ ୨୦୦୦ ମସିହା ଯାଏଁ କଂଗ୍ରେସ ର ବିଧାୟକ ଥିବା ବେଳେ କଂଗ୍ରେସ ଦଳରୁ ଯୋଶବନ୍ତ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସାଂସଦ ହେବା ପୂର୍ବରୁ ଯୋଶବନ୍ତ ଚମ୍ପୁଆ ବ୍ଲକ୍ ଅଧ୍ୟକ୍ଷ ଓ ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ସଭାପତି ଭାବେ ନିର୍ବାଚିତ ହୋଇ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ କଂଗ୍ରେସ ରେ ଯୋଗ ଦେବା ପରେ ଏହା ତାଙ୍କ ଘର ବାହୁଡ଼ା ବୋଲି ସୂଚନା ଦେବା ସହ ନୂତନ ଭାରତ ଗଠନ ରେ ରାହୁଲ ଗାନ୍ଧୀ ଙ୍କ ଆଦର୍ଶ ପାଇଁ ତାଙ୍କ ଘର ବାହୁଡ଼ା ହେବା ନେଇ ସୂଚନା ଦେଇଛନ୍ତି।
