Type Here to Get Search Results !

କଳିଙ୍ଗ ଷ୍ଟାଡିୟମ ରେ ସମ୍ମାନିତ ହେଲେ ଅବଦୁଲ

 


ଝାରସୁଗୁଡା :-

ଗତ ୨୬ ନଭେମ୍ବର ୨୦୨୩ ରେ ବିହାର ପାଟନା ସ୍ଥିତ କଙ୍କର, ବାଘପତଲୀ ପୁତ୍ର, ଇଣ୍ଡୋର ଷ୍ଟାଡ଼ିୟମରେ ୧୧ ତମ ପ୍ରି-ଟିନ ସବ ଜୁନିଅର, ଜୁନିଅର ନ୍ୟାସନାଲ ପେଂଚାକ ସିଲାଟ  ଚାମ୍ପିଅନସିପ ୨୦୨୩ ଅନୁଷ୍ଠିତ ହୋଇଥିଲା I ଯେଉଁଥିରେ ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲ ଏକାଡେମୀ ବେଲପାହାଡ ବ୍ରାଞ୍ଚ ର ରିଆଜତ ଖାନ ଙ୍କ ଛାତ୍ର ଅବଦୁଲ ସୁଫିଆନ ରୋପ୍ୟ ମେଡ଼ାଲ ହାସଲ କରିଥିଲେ I ଓଡିଶା ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଗତ ୧୫ /୦୩/୨୪ ରେ କଳିଙ୍ଗ ଷ୍ଟାଡ଼ିୟମ ଭୁବନେଶ୍ୱର ରେ ପଦକ ବିଜେତା ଙ୍କ ସମ୍ବର୍ଧନା ଉତ୍ସବର ଆୟୋଜନ କରାଯାଇ ଥିଲା I ଏହି ସମ୍ବର୍ଧନା ଉତ୍ସବ ରେ ଝାରସୁଗୁଡା ଜିଲ୍ଲା ର ଅବଦୁଲ ସୁଫିଆନ ଙ୍କୁ ୧୦୦୦୦ ଅର୍ଥ ରାଶି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ସମ୍ବର୍ଧନା ଉତ୍ସବରେ ପୂର୍ବତନ ସଂସଦ /କ୍ରୀଡ଼ାବିତ ଦିଲୀପ ତିର୍କି ଓ ଓଡିଶା କ୍ରୀଡା ସଂଯୋଜକ ସିଦ୍ଧାର୍ଥ ଦାଶ ଯୋଗ ଦେଇ ଥିଲେ I

ଝାରସୁଗୁଡା ଜିଲ୍ଲା ବେଲପାହାଡ ରୁ ସମୀର ଙ୍କ ରିପୋର୍ଟ 

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.