Type Here to Get Search Results !

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ର ପେନସନ ଓ ପ୍ରୋଟେକ୍ସନ ଦାବିରେ ଆନ୍ଦୋଳନ


କୋରାପୁଟ :-

ଓଡିଶା ସାମ୍ବାଦିକ ୟୁନିଅନ ଦ୍ବାରା ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଆଜି ପେନସନ ଓ ପ୍ରୋଟେକ୍ସନ ଦାବିରେ ଆନ୍ଦୋଳନ କରିଥିଲେ ।ଜିଲ୍ଲା ସଭାପତି ଦିଲିପ ମହାନ୍ତିଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ କଳାବ୍ୟାଚ ପରିଧାନ କରିକୋରାପୁଟ  ପ୍ରେସକ୍ଲବ ପରିସରରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଯୋଗେ  ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଦାବିପୂରଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ  ଡେପୁଟି କଲେକ୍ଟର ସୌରାଞ୍ଜୀତା ମାଝୀ ଦାବିପତ୍ର ଗ୍ରହଣ କରିଥିଲେ।ଦାବିପତ୍ର ପ୍ରଦାନ ବେଳେ ସଂଘ ର ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗଉଡ଼, କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ଦାସ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଘନ ଶ୍ୟାମ ରଥ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶଧର ରାଉତ ଏବଂ,ମୁଖ୍ୟ ପୁରୋଧା ଭବାନୀ ଶଙ୍କର ମିଶ୍ର, ଉପ ସଭାପତି ଅମିତାଭ ବେହେରା, ଉପସଭାପତି ପ୍ରତାପ ନିମାଲ, ସମ୍ପାଦକ ଶରତ ଧଳ,ସହ ସମ୍ପାଦକ ସୁବ୍ରତ ମହାନ୍ତି,କାର୍ଯ୍ୟକାରୀ ସଦସ୍ୟ ଶ୍ରୀକାନ୍ତ ଚୌଧୁରୀ ଙ୍କ ସହ  ସନ୍ତୋଷ ପଲାଇ ,ମନୋଜ ନାୟକ,ଅରୁଣ ଦାସ, ଗୋପାଳ ପାଢ଼ୀ, ମେଘା ଗୁଣ୍ଠା, କୃଷ୍ଣ ଗଲରି,  ପ୍ରବୀଣ ନନ୍ଦ,ସୁରେଶ କୁମାର ଲମତା, କପିଳେନ୍ଦ୍ର ସାମନ୍ତରାୟ,ପ୍ରଶାନ୍ତ ମହାନ୍ତି, ସନ୍ତୋଷ ପାତ୍ର, ପ୍ରମୁଖ ଙ୍କ ସହ ବହୁ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


Post a Comment

0 Comments
* Please Don't Spam Here. All the Comments are Reviewed by Admin.