Type Here to Get Search Results !

ଵାଲି ପରିବହନ କଟକଣା, ସକାଳ ୭ ରୁ ରାତି ୯ ପର୍ଯ୍ୟନ୍ତ ଵାଲି ପରିବହନ ହୋଇପାରିବ ନାହିଁ - ହାଇକୋର୍ଟ


କଟକ :-

ରାଜ୍ୟର ସମସ୍ତ ବାଲିଘାଟରୁ ମେସିନ ସାହାଯ୍ୟରେ ଵାଲି ଉତୋଳନ ହୋଇପାରିବ ନାହିଁ ଵୋଲି ଓଡ଼ିଶା ହାଇକୋର୍ଟ ଆଜି ମଙ୍ଗଳବାର ଦିନ ଏକ ଜନସ୍ବାର୍ଥ ମାମଲା ର ଵିଚାର କରି ରାୟରେ ଶୁଣାଇଛନ୍ତି। ଏଥିସହିତ ସକାଳ ୭ ରୁ ରାତି ୯ ଟା ମଧ୍ୟରେ ରାସ୍ତାରେ ଵାଲି ପରିବହନ ହୋଇପାରିବ ନାହିଁ ଵୋଲି ରାୟରେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ବାଲିଘାଟରୁ ଡମ୍ପର ଓ ଟ୍ରାକ୍ଟର ସାହାଯ୍ୟରେ ଦିନ ରାତି ଵାଲି ପରିବହନ ହେବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୂର୍ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଆସୁଥିଲା। ଏହି ରାୟ ପ୍ରକାଶ ପାଇବା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇବା ସହିତ ଆସନ୍ତା କାଲି ବୁଧବାର ଠାରୁ ପ୍ରଶାସନୀକ ସ୍ତରରେ ଏହାକୁ କଡାକଡି ଭାବେ ପାଳନ କରାଯିଵ ଵୋଲି ଜଣାପଡିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.