Type Here to Get Search Results !

ଚାନ୍ଦା ନେଇ ଠିକା କାମ ନ ଦେବାରୁ ଚମ୍ପୁଆ ବିଜେଡି ସଭାପତି ଓ ବିଧାୟିକାଙ୍କ ପ୍ରତିନିଧିଙ୍କ ନାମରେ ଚମ୍ପୁଆ ଥାନା ରେ ଅଭିଯୋଗ


ଚମ୍ପୁଆ :- 

କାମ ଦେବେ କହି ଟଙ୍କା ନେଲେ, ହେଲେ କାମ ଦେଲେ ନାହିଁ। ଟଙ୍କା ଫେରସ୍ତ ମାଗିବାରୁ   ଜାତିଆଣ ଆକ୍ଷେପ କରି ଖରାପ ଭାଷା ରେ ଗାଳିଗୁଲଜ କରିବା ସହିତ ମାରିଦେବାକୁ ଦେଉଛନ୍ତି ଧମକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ର ଚମ୍ପୁଆ ବ୍ଲକ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ। ଖୋଦ ଶାସକ ଦଳର ବ୍ଲକ ସଭାପତି ଓ ବିଧାୟିକାଙ୍କ ପ୍ରତିନିଧିଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଚମ୍ପୁଆ ଏନଏସି ର ପୂର୍ବତନ ବିଜେଡି କାଉନସିଲର। ଠିକା କାମ ଦେବାକୁ କହି ଟଙ୍କା ନେବା ପରେ କାମ ନ ଦେବା ଓ ଟଙ୍କା ଫେରସ୍ତ ମାଗିବାରୁ ମାରିଦେବାକୁ ଧମକ ଦେବା ସହ ଜାତିଆଣ ଆକ୍ଷେପ କରିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଛି।



ମିଳିଥିବା ଅଭିଯୋଗ ଅନୁସାରେ ଚମ୍ପୁଆ ବ୍ଲକ ବିଜେଡି ସଭାପତି ଅଶୋକ କୁମାର ମହାନ୍ତ ଓ ବିଧାୟକଙ୍କ ପ୍ରତିନିଧି ସୁଜିତ ମହାନ୍ତ ଚମ୍ପୁଆ ଏନଏସି ର ପୂର୍ବତନ ବିଜେଡି କାଉନସିଲର ଧରଣୀ ନାଏକଙ୍କୁ ଠିକା କାମ ଦେବାର ପ୍ରଲୋଭନ ଦେଖାଇ ୭୦ ହଜାର ଟଙ୍କା ଚାନ୍ଦା ନେଇଥିଲେ। ତେବେ ଦୀର୍ଘ ଦିନ ଯାଏଁ କାମ ଦେବା ତ ଦୂର କଥା ତାଙ୍କୁ ତାଙ୍କର ଟଙ୍କା ବି ଫେରସ୍ତ ନ କରିବାରୁ ସେ ତାଙ୍କର ଟଙ୍କା ମାଗି ଥିଲେ, କିନ୍ତୁ ଦୁହେଁ ତାଙ୍କ ଟଙ୍କା ଫେରାଇବା  ପରିବର୍ତ୍ତେ ଓଲଟି ତାଙ୍କୁ ଧମକ ଦେଇ ଥିଲେ, ଆମେ ଟଙ୍କା ଦେବୁ ନାହିଁ ତୋର ଯାହା କରିବାର ଅଛି କର, ଆମ୍ଭେ ଶାସକ ଦଳର ଲୋକ, ଆମର କିଛି କରି ପାରିବୁ ନାହିଁ ଆଦି କହି ଧମକ ଦେବା ସହ ଜାତିଆଣ ଆକ୍ଷେପ କରିବା ନେଇ ଧରଣୀ ନାଏକ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ତେବେ ଏହାକୁ ନେଇ ବିଜେଡି ବ୍ଲକ ସଭାପତି ଅଶୋକ ମହାନ୍ତଙ୍କୁ ଯୋଗାଯୋଗ କରିବାରୁ ସେ ଟଙ୍କା ନେବା କଥାକୁ ଅସ୍ବୀକାର  କରି ଥିଲେ ହେଁ ସଠିକ ଭାବରେ କୌଣସି ଉତ୍ତର ରଖି ପାରି ନ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.