ଭୁବନେଶ୍ୱର :-
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ରାଶି ବୃଦ୍ଧି କରାଯାଇଛି। ପୂର୍ବରୁ ସର୍ବନିମ୍ନ ୫୦୦ ଟଙ୍କା ପେନସନ ଥିବାବେଳେ ଏହାକୁ ରାଜ୍ୟ ସରକାର ଆଜି ୧୦୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ରାଶି ଚଳିତ ଫେବୃଆରୀ ମାସ ପେନସନ ବିତରଣ ସମୟରୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ପୂର୍ବ ମଧୁବାବୁ ପେନସନ ସ୍ଲାବ ୫୦୦, ୭୦୦ ଏବଂ ୯୦୦ ଥିବା ବେଳେ ନୂତନ ସ୍ଲାବ ଅନୁଯାଇ ୧୦୦୦, ୧୨୦୦ ଏବଂ ୧୪୦୦ ହୋଇଛି।

