ଝାରସୁଗୁଡା :-
ନେତାଙ୍କ ନାଁ କୁ ବଦନାମ କରିବାରେ ଲାଗିଛନ୍ତି କୁଜିନେତା। ଯାହାକୁ ଭୋଟ ପାଇଁ ମୁଣ୍ଡିଆ ମାରନ୍ତି ତାକୁ ଏମାନେ ଧକ୍କା ବି ମାରନ୍ତି। ସମ୍ମାନ ଜନତାଙ୍କୁ ଦେବା ସତେ କି ଭୁଲି ଯାଇଛନ୍ତି ଏହି କୁଜି ନେତା ମାନେ। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶ୍ରିପୁରା ଗାଁ ରେ। ଯେଉଁଠି ନବଦାସ ସ୍ମାର୍ଟ ପାର୍କ ଉଦଘାଟନ ପାଇଁ ଝାରସୁଗୁସା ବିଧାୟିକା ସୁଶ୍ରୀ ଦୀପାଳି ଦାସ ଯାଇଥିଲେ। ଗାଡ଼ିରୁ ଓଲ୍ହାଇବା ବେଳେ ଜଣେ ଗ୍ରାମବାସୀ କୌଣସି କାରଣରୁ ତାଙ୍କ ସାମ୍ନା କୁ ଆସିଥିବା ବେଳେ ସେଠାକାର କିଛି କୁଜିନେତା କିଭଳି ସେ ଲୋକଟିକୁ କିଭଳି ଠେଲି ଦେଉଛନ୍ତି ପରେ ବିଧାୟିକା ଙ୍କ ହସ୍ତକ୍ଷେପ ପରେ ମିଛ ହସ ହସି ଲୋକଟିକୁ ସାଉଁଳୁଛନ୍ତି ତାହା ସତରେ ଏକ ଲଜ୍ଜା ଜନକ।
ଜଣେ ସାଧାରଣ ଜନତା ର ଗୋଟିଏ ଗୋଟିଏ ଭୋଟ ର କ୍ଷମତା ୫ ବର୍ଷ ପାଇଁ ଜନ ପ୍ରତିନିଧି ଚୟନ କରିଥାଏ। କିନ୍ତୁ ଜନପ୍ରତିନିଧି କିମ୍ବା ତାଙ୍କ ଛାମୁଆ ଲୋକମାନେ ପରବର୍ତୀ ସମୟରେ କିଭଳି ଜନତାଙ୍କୁ ବ୍ୟବହାର ଦେଖନ୍ତି ତାହାର ଏହା ସତରେ ନିଚ୍ଛକ ଉଦାହରଣ। ବ୍ୟୁରୋ ରିପୋର୍ଟ


