Type Here to Get Search Results !

ବ୍ରହ୍ମପୁର-ଭୁବନେଶ୍ବର: ଟ୍ରେନ ଟିକେଟ୍‌ ମୂଲ୍ୟ ୭୦ ରୁ ୪୦ କୁ ଖସିଲା


ବ୍ରହ୍ମପୁର :-

ବହୁଦିନର ଦାବି ଶେଷରେ ପୂରଣ ହୋଇଛି। କରୋନା ପରେ ବୃଦ୍ଧି ପାଇଥିବା ପାସେଞ୍ଜର୍‌ ଟ୍ରେନ୍‌ ଟିକେଟ୍‌ ମୂଲ୍ୟକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ପାସେଞ୍ଜର୍‌ ଟ୍ରେନ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ଟଙ୍କା ଦେବାକୁ ପଡ଼ିବ। ଗତକାଲି ଠାରୁ ବର୍ଦ୍ଧିତ ଟିକଟ ମୂଲ୍ୟ ପ୍ରତ୍ୟାହାର କରାଯାଇଥିବା ବ୍ରହ୍ମପୁର ରେଳ ଷ୍ଟେସନ୍‌ ପ୍ରବନ୍ଧକ ଦୁର୍ଗାପ୍ରସାଦ ବ୍ରହ୍ମା କହିଛନ୍ତି।

୨୦୨୦ରେ କରୋନା କଟକଣା ପାଇଁ ବହୁଦିନ ଧରି ଟ୍ରେନ୍‌ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ଏହାପରେ ସ୍ବତନ୍ତ୍ର ଟ୍ରେନ୍‌ ନାଁରେ କିଛି ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ପରେ ଧୀରେ ଧୀରେ ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌କୁ ମଧ୍ୟ ଆରମ୍ଭ କରାଯାଇଥିଲା। ହେଲେ ସେଗୁଡ଼ିକୁ ସ୍ବତନ୍ତ୍ର ଟ୍ରେନ୍‌ କରି ଏକ୍ସପ୍ରେସ୍‌ ଭଡ଼ା ଆଦାୟ କରାଯାଉଥିଲା। ୩ ବର୍ଷରୁ ଅଧିକ ସମୟ ଧରି ଯାତ୍ରୀ ପାସେଞ୍ଜର୍‌ ଟ୍ରେନ୍‌ରେ ଯାତାୟାତ ସମୟରେ ଏକ୍ସପ୍ରେସ୍‌ ଭଡ଼ା ଦେଇ ଆସୁଥିଲେ। ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ କରୋନା ପୂର୍ବରୁ ପାସେଞ୍ଜର୍‌ ଟ୍ରେନ୍‌ରେ ୪୦ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବତନ୍ତ୍ର ଟ୍ରେନ୍‌ ନାଁରେ ଟିକଟ ମୂଲ୍ୟ ୭୦ଟଙ୍କାକୁ ମୂଲ୍ୟ ବୃଦ୍ଧି କରାଯାଇଥିଲା।

କରୋନା କଟକଣା ହଟିବା ପରେ ମଧ୍ୟ ଏହି ନିୟମ ବଳବତ୍ତର ରହିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ୩ଟି ପାସେଞ୍ଜର୍‌ ଟ୍ରେନ୍‌ ଗଡ଼ୁଛି। ସକାଳ ୫ଟା ୪୫ ମିନିଟ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ପଲାସା-କଟକ ପାସେଞ୍ଜର୍‌ ଟ୍ରେନ୍‌ ଛାଡ଼ୁଥିବା ବେଳେ ସକାଳ ୭ଟାରେ ଗୁଣପୁର-କଟକ ମେମୁ ଟ୍ରେନ୍‌ ଛାଡ଼ିଥାଏ। ସେହିପରି ସକାଳ ୮ଟା ୨୦ମିନିଟ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ପଲାସା-ଭୁବନେଶ୍ବର ପାସେଞ୍ଜର୍‌ ଟ୍ରେନ୍‌ ଛାଡ଼ିଥାଏ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.