ଭୁବନେଶ୍ୱର :-
ଆଜି ହଠାତ ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ୧୩ ଗୋଟି ଜିଲ୍ଲାରେ ସଭାପତି ପଦ ପରିବର୍ତ୍ତିତ କରାଯାଇଛି। ଏହାସହ ନୂତନ ଜିଲ୍ଲା କଂଗ୍ରେସ ସଭାପତି ମନୋନୟନ ସମ୍ପୂର୍ଣ ରୂପେ ଆଢ଼ାକ ଭାବେ କରାଯାଇଛି। ସେହିପରି ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦୁଇଟି ଅର୍ଥାତ ପୂର୍ବ ଓ ପଶ୍ଚିମ ବିଭକ୍ତ କରାଯାଇ ଆଢ଼ାକ ରୂପେ ସଭାପତି ମନୋନୟନ କରାଯାଇଛି। ବରଗଡ଼ ଜିଲ୍ଲା ରେ ହରଦୀପ ସିଂହ, ଢେଙ୍କାନାଳ ଜିଲ୍ଲାପାଇଁ ସୁନୀଲ ଦାସ, ଗଞ୍ଜାମ ପୂର୍ଵ ପାଇଁ ଦୀପକ ପଟ୍ଟନାୟକ, ଗଞ୍ଜାମ ପଶ୍ଚିମ ପାଇଁ ରବୀନ୍ଦ୍ର ଶର୍ମା, କନ୍ଧମାଳ ପାଇଁ ଚନ୍ଦ୍ରଶେଖର ପରିଡା, କୋରାପୁଟ ଜିଲ୍ଲାରେ ଶଶୀଭୁଷଣ ପତ୍ର, ମୟୁରଭଞ୍ଜ ପୂର୍ଵ ପାଇଁ ନିରଜ ଦାସ, ମୟୁରଭଞ୍ଜ ପଶ୍ଚିମ ପାଇଁ ଭୁବନ ବିହାରୀ ସାହୁ, ଖୋର୍ଦ୍ଧା ଜିଲ୍ଲା ରେ ତପନ ଚକ୍ରବର୍ତ୍ତୀ, ବଲାଙ୍ଗୀର ଜିଲ୍ଲା ପାଇଁ ସୁରେନ୍ଦ୍ର ସିଂ ଭୋଇ, ରାଉରକେଲା ପାଇଁ ରବି ରାୟ, ଝାରସୁଗୁଡା ରେ ସୁବ୍ରତ ପ୍ରଧାନ ଏବଂ ସମ୍ବଲପୁର ଜିଲ୍ଲା ପାଇଁ ଜୟସଙ୍କର ମିଶ୍ର ଙ୍କୁ ଆଢ଼ାକ ସଭାପତି ପଦ ପାଇଁ ନିଯୁକ୍ତ କରାଯାଇଛି। ଏନେଇ ପତ୍ର ମାଧ୍ୟମରେଓଡିଶା ପ୍ରଦେଶ କଂଗ୍ରେସ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ସୂଚନା ଦେଇଛନ୍ତି । ତେବେ ଆଗାମୀ ସାଧାରଣ ନିର୍ବାଚନ କୁ ନେଇ ଏହି ପରିବର୍ତ୍ତନ ଦ୍ୱାରା କଂଗ୍ରେସ କୁ ଲାଭ ହେଉଛି କି କ୍ଷତି ତାହା ସମୟ ହିଁ କହିବ। ବ୍ୟୁରୋ ରିପୋର୍ଟ

