Type Here to Get Search Results !

ପେଟିଏମ୍‌ ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCIକୁ ଆରବିଆଇର ନିର୍ଦ୍ଦେଶ


ନୂଆଦିଲ୍ଲୀ :-

ପେଟିଏମ୍‌ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCIକୁ ଆରବିଆଇର ନିର୍ଦ୍ଦେଶ। ପକୃତରେ ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେସନ ଲିମିଟେଡ୍‌ ଥାର୍ଡ ପାର୍ଟୀ ଆପ୍‌ ହେବାକୁ ଅନୁରୋଧ କରିଛି। କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ ନିରବଚ୍ଛିନ୍ନ ଭାବରେ ୟୁପିଆଇ ନେଣଦେଣ ଜାରି ରହିପାରିବ।


ଆଉ ପେଟିଏମର ଏହି ଅନୁରୋଧର ଯାଞ୍ଚ ପାଇଁ ଏନପିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ। ଏହା ସହ ରିଜର୍ଭ ବ୍ୟାଙ୍କ୍ ଏନପିସିଆଇକୁ ପେଟିଏମ ଆପ୍‌ରେ ୟୁପିଆଇ ପରିଚାଳନା ଜାରି ରଖିବା ପାଇଁ ସାହାଯ୍ୟ କରିବାକୁ କହିଛନ୍ତି। ଆରବିଆଇ, ଏନପିସିଆଇକୁ ଆଡଭାଇଜରୀ ଜାରି କରି କହିଛନ୍ତି, ପେଟିଏମ ଆପ୍‌ରେ ୟୁପିଆଇ ସେବା ଜାରି ରଖିବା ପାଇଁ ଏନପିସିଆଇ ଉଚ୍ଚ ନେଣଦେଣ କ୍ଷମତା ରଖୁଥିବା ୪-୫ ବ୍ୟାଙ୍କର ସୁବିଧା ଦିଆଯାଉ। ତେବେ ଯଦି ପେଟିଏମର ଥାର୍ଡ ପାର୍ଟୀ ଅନୁରୋଧକୁ ଏନପିସିଆର ମଞ୍ଜୁରୀ ମିଳୁଛି ତାହେଲେ ପେଟିଏମ ଆପ୍‌ରେ ୟୁପିଆଇ ନେଣଦେଣ ବଜାୟ ରହିବ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.