Type Here to Get Search Results !

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମଙ୍କ ଇନୋଭା ଗାଡି ଧକ୍କା ରେ RMC କର୍ମଚାରୀ ଙ୍କ ମୃତ୍ୟୁ


ଢେଙ୍କାନାଳ :-

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବର୍ତମାନର ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଙ୍କ ଇନୋଭା ଗାଡି ଧକ୍କା ରେ ଜଣେ ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସର୍ବେଶ୍ବର ଚୌଧୁରୀ। ସୂଚନା ଅନୁସାରେ ଜୁଏଲଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱର ରୁ ରାଉରକେଲା ଯାଉଥିବା ବେଳେ ଢେଙ୍କାନାଳ- କାମାକ୍ଷାନଗର ମୁଖ୍ୟ ରାସ୍ତାର ରେକୁଳା ଗ୍ରାମ ଛକ ଠାରେ କାମାକ୍ଷାନଗର ନିୟନ୍ତ୍ରୀତ ବଜାର କମିଟି କର୍ମଚାରୀ ସର୍ବେଶ୍ୱର ଚୌଧୁରୀ ଙ୍କ ବାଇକ କୁ ଧକା ଦେଇଥିଲା। ଫଳରେ ସର୍ବେଶ୍ୱର ଘଟଣା ସ୍ଥଳ ରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ଏହା ଦେଖି ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ୱର ଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ। ସେଠାରେ ଡାକ୍ତର ସର୍ବେଶ୍ୱର ଙ୍କୁ ମୃତ ଘୋଷଣା କରିଛନ୍ତି । ସର୍ବେଶ୍ବରଙ୍କ ମୃତ୍ୟୁ ଖବର ପରେ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି। ଖବର ପାଇ କାମାକ୍ଷାନଗର ବିଧାୟକ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମେଡିକାଲରେ ପହଞ୍ଚି ଦୁଖ ପ୍ରକାଶ କରିଛନ୍ତି। ଢେଙ୍କାନାଳ ରୁ ଦୀପକ ରଞ୍ଜନ ମିଶ୍ରଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.