ଏରସମା :-
ଏରସମା ଥାନା ଅନ୍ତର୍ଗତ କୁଜଙ୍ଗ-ଏରସମା ରାସ୍ତାର ଅନ୍ଧାରୀ ରାସ୍ତା ପାଖ ପୋଲ ତଳୁ ପାଣିରୁ ଜଣେ ଯୁବକଙ୍କ ମୃତ ଶରୀରକୁ ଆଜି ଏରସମା ଦମକଳ ବାହିନ ଉଦ୍ଧାକରୀଛି । ଘଟଣାସ୍ଥଳରେ ଏରସମା ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ଏରସମା ମେଡିକାଲକୁ ପଠାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଶଣା କରିବା ପରେ ତାଙ୍କ ଶରୀରକୁ କୁଜଙ୍ଗ ବେବ୍ୟଛେଦ ପାଇଁ ପଠାଯାଇଛି । ଏରସମା ପୋଲିସ ତଦନ୍ତ ଚାଲୁରଖିଥିବାବେଳେ ଯୁବକ ଜଣକ ବାଲିକୁଦା ଥାନା ଅଧିନ ଅସିଲୋ ଗ୍ରାମର ରୃଦ୍ରପ୍ରସାଦ ଜେନା ବୋଲି ଜଣାପଡିଥିଲା । ପୋଲିସ ଠାରୁ ଖବର ପାଇ ମୃତ ଯୁବକଙ୍କ ପରିବାର ଆସି ଶବକୁ ଚିହ୍ନଠ କରିଥିଲେ । ସୂଚନା ଯୋଗ୍ୟ ଯେ ଯୁବକ ପାରାଦ୍ୱିପରୁ ମାଛଗାଁ ଆସୁଥିବା ବେଳେ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କ ନିକଟରୁ ଜଣାପଡିଥିଲା । ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟା ସତ ଜଣାପଡିବ ବୋଲି ଏରସମା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଜଗତସିଂହପୁର ରୁ ସତ୍ୟବ୍ରତ ସାମଲଙ୍କ ରିପୋର୍ଟ

