କେନ୍ଦ୍ରାପଡ଼ା :-
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ଭଗବାନପୁର ଗାଁର ପଅଁଶଠୀ ବର୍ଷୀୟ ବୃଦ୍ଧ ବ୍ୟକ୍ତି ସୁନାକର ଜେନା ଜନ୍ମରୁ ଦିବ୍ୟାଙ୍ଗ , ସେ ଏକ ଚାଳ ଛପର ଘରେ ଏକା ରହୁଛନ୍ତି , ଚଳିବା ପାଇଁ କଷ୍ଟକର ହୋଇପଡୁଛି , ସେ ରହୁଥିବା ଘରେ ଏକ ପାନଦୋକନ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ , ଗତ ଚାରି ପାଞ୍ଚ ବର୍ଷ ହେଲା ତାଙ୍କ ଦୋକାନ ବନ୍ଦ ହୋଇଯାଇଥିଲା , ଏହି ଖବର ପାଇବା ପରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓଡ଼ିଶା ସାଇନ୍ ଫାଉଣ୍ଡେସନର ସ୍ବେଚ୍ଛାସେବୀ ସଦସ୍ୟ ମାନେ ଏହି ଦିବ୍ୟାଙ୍ଗଙ୍କୁ ଦୋକାନ କରିବା ପାଇଁ ଓ ପାନ ଭଙ୍ଗା ସାମଗ୍ରୀ ସହିତ ବିସ୍କୁଟ, ମିକ୍ଚର,ଚକୋଲେଟ ଆଦି ଯୋଗାଇଦେଇଛନ୍ତି , ପ୍ରାୟ ଦଶ ହଜାର ଟଙ୍କାର ସାମଗ୍ରୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଯୋଗାଇ ଦିଆଯାଇଛି , ଦିବ୍ୟାଙ୍ଗ ସୁନାକର ବ୍ୟବସାୟ କରି ନିଜେ କିପରି ଚଳିପାରିବେ ସେ ନେଇ ସଙ୍ଗଠନ ପକ୍ଷରୁ ସହାୟତା ଦିଆଯାଇଛି , ସଂଗଠନର ନିହାର ରଞ୍ଜନ ବିଶ୍ଵାଳ, ତପନ ମହାନ୍ତି, ସୌମ୍ୟରଞ୍ଜନ ବଳ, ଅମର ପାତ୍ର,ମଣିରାମ ସାହୁ,ରଞ୍ଜନ ପାତ୍ର,ସମୀର କୁମାର ପ୍ରଧାନ,ଭିକାରୀ ବାଇ,ସର୍ବେଶ୍ଵର ନାୟକ,ବିଷ୍ଣୁ ଚରଣ ଧଳ, ଅଶୋକ ନାୟକ ପ୍ରମୁଖ ଦୀବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ କରିଛନ୍ତି ,, ଏ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା

