Type Here to Get Search Results !

ମୁକ୍ତି ଦିଅନ୍ତି ଭଗବାନ, ମୃତ୍ୟୁ ଦିଏ ସୈତାନ

 

   ଜଗତସିଂହପୁର :-

  ଝଙ୍କଡ, ତା ୩/୧୨/୨୩, ଭଗବାନଙ୍କ ଅବସ୍ଥିତିକୁ ଭକ୍ତ ମାନଙ୍କୁ ବିଶ୍ଳେଷଣ କରୁକରୁ ବାବା ନିର୍ଭୟାନନ୍ଦ ମହାରାଜ ଜୀ କହିଥିଲେ କି ଭଗବାନ ନା ସ୍ଵର୍ଗରେ ନା ମନ୍ଦିରରେ, ନା ଅର୍ଦ୍ଧରେ ନା ଉର୍ଦ୍ଧରେ ନଥାନ୍ତି ! ଥାଆନ୍ତି ସେଇଠି, ଯୋଉଠି ଭକ୍ତ ମାନଙ୍କର ଉପସ୍ଥିତି ଥାଏ ! କିନ୍ତୁ ମଣିଷ କୁ ମୁକ୍ତି ଦେବାକୁ ଅଛନ୍ତି ଭଗବାନ ଆଉ ମୃତ୍ୟୁ ଦେବାକୁ ଅଛି ସୈତାନ ! ଖବର ଅନୁସାରେ   ଜଗତସିଂହପୁର ଜିଲ୍ଲାର ରଘୁନାଥପୁର  ବ୍ଲକର ଏରଡ଼ଙ୍ଗା ପଞ୍ଚାୟତର ନାଲିବର ଦାଶଙ୍କ ସାହିରେ ଅବସ୍ଥିତ ରାଧାକାନ୍ତ ମନ୍ଦିର ପରିସର ମଧ୍ୟରେ ଆୟୋଜିତ ହେବାକୁ ଥିବା ବିଶ୍ଵଶାନ୍ତି ଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକରେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ !

ପ୍ରଥମେ ବାବା ନିର୍ଭୟାନନ୍ଦ ମହାରାଜ ଜୀ ମା'ଶାରଳାଙ୍କ ମନ୍ଦିରରେ ପୂଜାର୍ଚନା କରିବା ସହିତ ପଣ୍ଡା ସେବକ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ ! ତାପରେ ମନ୍ଦିର ବାହାରେ ବସିଥିବା  ଭିକ୍ଷୁକ ମାନଙ୍କ ମଧ୍ୟରେ କମ୍ବଳ ଓ ବିସ୍କୁଟ ବଣ୍ଟନ କରିଥିଲେ ! ସେଇଠାରୁ ଯାତ୍ରାକରିଥିଲେ  ନାଲିବର ଦାଶଙ୍କ ସାହି ରାଧାକାନ୍ତ ମନ୍ଦିର କୁ ! ଉପସ୍ଥିତ ଭକ୍ତ ମଣ୍ଡଳୀଙ୍କୁ ଉଦବୋଧନ ଦେବାସହ ଆଗାମୀ  ମଇ ମାସରେ ହେବାକୁ ଥିବା ଯଜ୍ଞ ବିଷୟରେ ପ୍ରସ୍ତୁତି ପାଇଁ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ! ଶାରଳା ମହିମା ପ୍ରଚାରକ ତଥା ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳ,ବାବା ନିର୍ଭୟାନନ୍ଦ ମହାରାଜ ଜୀ ଙ୍କ ବିଷୟରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ !

ମନ୍ଦିର ର ଅଧିକାରୀ ହରେକୃଷ୍ଣ ଦାସ ଥିବାବେଳେ ଯଜ୍ଞ ପାଇଁ କମିଟି ସଦସ୍ୟ ମାନେ ହେଲେ,ଉମେଶ କୁମାର ନନ୍ଦ, ସଭାପତି ଅମୁଲ୍ୟ କୁମାର ଦାସ, ସମ୍ପାଦକ ନିରଞ୍ଜନ ମହାନ୍ତି, କୋଷାଧକ୍ଷା ନୃସିଂହ ଚରଣ ଦାସ, ଉପଦେଷ୍ଟା ରବୀନ୍ଦ୍ର ନାଥ ଦାସ, ପ୍ରବୋଧ ଚନ୍ଦ୍ର ଦାସ, ପ୍ରମୋଦ ଦାସ, ସ୍ୱାଧୀନ ଚୌଧୁରୀ, ନିରଞ୍ଜନ ନାୟକ, ସୁଦର୍ଶନ ସ୍ୱାଇଁ, ରାଜେନ୍ଦ୍ର ନାୟକ, କୈଳାସ ସ୍ୱାଇଁ, ମଧୁଛନ୍ଦା ଦାସ, ସ୍ନିଗ୍ଧାରାଣୀ ଚୌଧୁରୀ, ଗୀତାରାଣୀ ଦାସ, ଉପାଲି ଅପରାଜିତା ଦାସ ! ଏଠାରେ ମଧ୍ୟ କିଛି ଗରିବ ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା !

ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ TRO24News

Post a Comment

0 Comments
* Please Don't Spam Here. All the Comments are Reviewed by Admin.