Type Here to Get Search Results !

ଆଉ ନାହାନ୍ତି ସିଆଇଡି ଇନ୍ସପେକ୍ଟର ଫ୍ରେଡି


ମୁମ୍ବାଇ :-

ଆଉ ନାହାନ୍ତି ସିଆଇଡି ଇନ୍ସପେକ୍ଟର ଫ୍ରେଡି। ଏଭଳି ଦୁଖଦ ସମ୍ବାଦ ଆସିଛି ବଲିଉଡ ଇଣ୍ଡଷ୍ଟ୍ରି ରୁ। ଲୋକପ୍ରିୟ ସିରିଏଲ ସିଆଇଡି ର ଇନ୍ସପେକ୍ଟର ଫ୍ରେଡି ଅର୍ଥାତ ଅଭିନେତା ଦିନେଶ ଫଡନିସ ଙ୍କ ଗତକାଲି ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହେଉଥିଲା।

ବହୁଦିନ ଧରି ଅଭିନେତା ଦିନେଶ ଯକୃତ ରୋଗ ରେ ପୀଡିତ ଥିଲେ। ତେବେ ଗତକାଲି ରାତି ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ଲୋକପ୍ରିୟ ସିରିଏଲ ସିଆଇଡି ରେ ଟଙ୍କା ଅଭିନୟ ପାଇଁ ସେ ଲୋକଙ୍କ ନିକଟରେ ଫ୍ରେଡି ବୋଲି ପରିଚିତ ଥିଲେ ଏହାସହ ସେ ସରଫରୋଷ, ସୁପର 30 ଭଳି ଚଳଚିତ୍ର ରେ ଅଭିନୟ କରିଥିଲେ। ତେବେ ସେ CID ସିରିଏଲ ଅଭିନୟ ପାଇଁ ବେଶ ଚର୍ଚିତ ଥିଲେ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.