Type Here to Get Search Results !

ମୁଁ ହେବି ନବୀନ ଓଡ଼ିଶାର ସାରଥୀ.."କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

   ବ୍ରହ୍ମପୁର:-

ବ୍ରହ୍ମପୁର ଅଧୀନରେ ଥିବା ଗଜପତି ନଗରରେ ଯୋଜନା ହୋଇଥିଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ଗଜପତି ନଗରରେ "ମୁଁ ହେବି ନବୀନ ଓଡ଼ିଶାର ସାରଥୀ.."କାର୍ଯ୍ୟକ୍ରମରେ ଉଭୟ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ବିଧାୟିକା, ବିଜେଡ଼ିର ବହୁ ବରିଷ୍ଟ ବିଶିଷ୍ଟ ରାଜ୍ୟ  ତଥା ଜିଲ୍ଲା ସ୍ତରୀୟ ନେତୃବୃନ୍ଦ, ଯୁବ ଛାତ୍ର ତଥା ସର୍ବବର୍ଗୀୟ ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ରାଜ୍ୟ ବିଜେଡ଼ି ଯୁବ ବ୍ୟାପାର ଦାୟିତ୍ୱରେ ଥିବା ବିଧାୟକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ବିଜେଡି ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ବିଜେଡି ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ ତଥା ସମସ୍ତ ଗଣ୍ୟମାନ୍ୟ ନେତୃବୃନ୍ଦ ମାନଙ୍କୁ ଏକ ବିରାଟ ସାଧାରଣ ସଭାରେ ଭବ୍ୟ ସ୍ଵାଗତ କରିବା ସହିତ ବିଜୁ ଜନତା ଦଳର ଯୁବ, ଛାତ୍ର ତଥା ସର୍ବବର୍ଗୀୟ  ସଦସ୍ୟ, ସଦସ୍ୟା ମାନେ ନୂତନ ଭୋଟର ମାନଙ୍କୁ ସାମିଲ କରି ଜନସାଧାରଣଙ୍କ କଲ୍ୟାଣ, ସେବା ତଥା ନବୀନ ଓଡ଼ିଶା ଏବଂ ଏକ ବିକଶିତ ଓଡ଼ିଶା ଗଠନରେ ଅଂଶୀଦାର ହେବା ପାଇଁ " ମୁଁ ହେବି ନବୀନ ଓଡ଼ିଶାର ସାରଥୀ.." କାର୍ଯ୍ୟକ୍ରମରେ ସାମିଲ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର ତଥା ରୂପରେଖ ଦେବା ପାଇଁ ସହଯୋଗ କରିବାକୁ ଦର୍ଶାଇଥିଲେ l ରଙ୍ଗେଈଲୁଣ୍ଡା ରୁ କେ.ନୀଳକଣ୍ଠ ରେଡି ଙ୍କ ରିପୋର୍ଟ tro24 |

Post a Comment

0 Comments
* Please Don't Spam Here. All the Comments are Reviewed by Admin.