Type Here to Get Search Results !

ସଂଜୀବ୍ ମଲ୍ଲିକ ଙ୍କ ନେତୃତ୍ବରେ ଶଙ୍ଖ ଭବନରେ ଭଦ୍ରକ ବିଜୁ ଜନତା ଦଳର ନେତୃମଣ୍ଡଳୀ


ଭଦ୍ରକ :-

ଭଦ୍ରକ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଙ୍କ ସମେତ ଭଦ୍ରକ ମୁସଲିମ ଜମାତ୍ ସଙ୍ଗଠନର ବରିଷ୍ଠ ନେତୃମଣ୍ଡଳୀ ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଠାରେ ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ସଂଞ୍ଜୟ ଦାସବର୍ମା ଙ୍କୁ ଭେଟି ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି। ଭଦ୍ରକ ରାଜନୀତି ବାତାବରଣ, ଆଗାମୀ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଏହି ସାକ୍ଷାତ ହୋଇଥିବା ଅନୁମାନ କରାଯାଉଛି। କାରଣ ଭଦ୍ରକ ରେ ଏବେ ବିଧାୟକ ସଂଜୀବ ମଲ୍ଲିକ ଙ୍କ ବିରୋଧୀ ମଧ୍ୟ ଏକ ପ୍ରକାର ବୃଦ୍ଧି ପାଇଥିଲେ ମଧ୍ୟ ବିଧାୟକ ସଂଜୀବ ମଲ୍ଲିକ ଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି। ତେବେ ଆଗାମୀ ଦିନରେ ସଂଜୀବ ମଲ୍ଲିକ ଙ୍କୁ ବିରୋଧ କରୁଥିବା ନେତୃତ୍ୱ ଉପରେ ଏହାର ପ୍ରଭାବ କଣ ରହିବ ତାହା ଦେଖିବା ବାକି ରହିଛି.

Post a Comment

0 Comments
* Please Don't Spam Here. All the Comments are Reviewed by Admin.