Type Here to Get Search Results !

ଝାରସୁଗୁଡ଼ା LIC ଶାଖା ର 19 ତମ ସାଧାରଣ ସଭା


ଝାରସୁଗୁଡା  :-

ଗତ ୧୫ ତାରିଖ ଦିନ LIC ଝାରସୁଗୁଡ଼ା ଶାଖା ର 19 ତମ ସାଧାରଣ ସଭା ଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ଅଧୟକ୍ଷତାରେ ସମ୍ପନ୍ନ ହୋଇଛି। ଏହି ଅବସର ମଞ୍ଚସିନ ସମ୍ବଲପୁର ଡିଭିଜନ ର ମର୍କେଟିଗ ମ୍ୟାନେଜର ଶ୍ରୀ ପ୍ରଭାତ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଡିଭିଜନ ର ପ୍ରୋଡ଼କ୍ତ ମ୍ୟାନେଜର ଶ୍ରୀ ମନୋଜ ବାରିକ, ତପନ ମିଶ୍ର (ମୁଖ୍ୟ ପ୍ରବକ୍ତା), ଶ୍ରୀ ପ୍ରସୁନ୍ ପଣ୍ଡା (ପ୍ରେସିଡେଣ୍ଟ, ଏସ ଡି ସି), ଶ୍ରୀ ଅମିତ ତିୱାରୀ (ସମ୍ପାଦକ, ଏସ ଡି ସି), ଶ୍ରୀ ଶକ୍ତି ପ୍ରସାଦ ରଥ (ବି ଏମ୍, ବ୍ରାଞ୍ଚ) ମଞ୍ଚାସିନ ଥିଲେ। ଶ୍ରୀ ଅବଦୁଲ ଖାଲେସା ସମ୍ପାଦକ, ଲିୟା ଝାରସୁଗୁଡ଼ା ବିଗତ ଦୁଇ ବର୍ଷ କାର୍ଯ୍ୟକାଳ ବିବରଣୀ ପାଠ କରିଲେ। ସଭା ରେ ବୁର୍ଲା, ସମ୍ବଲପୁର ବ୍ରାଞ୍ଚ-୧, ସମ୍ବଲପୁର ବ୍ରାଞ୍ଚ-୨, ବରଗଡ, ଟିଟଲାଗଡ ଏବଂ ସୁନ୍ଦରଗଡ଼ ବ୍ରାଞ୍ଚ ର ପଦାଧିକାରୀ ଯୋଗ ଦେଇ ଥିଲେ।ଆଜି ଏଲ ଆଇ ସି ର ଦିବଂଗତ ଅଭିକର୍ତ୍ତା ମାନଙ୍କର ବର୍ଗ ମାନଙ୍କୁ ସମ୍ମାନିତ କରାଗଲା। ଅନ୍ୟ ବ୍ରାଞ୍ଚ ଶାଖା ର ପଦାଧିକାରୀ ମାନେ ତାଙ୍କର ମତ ରଖିଥିଲେ ଏବଂ ମାର୍କେଟିଙ୍ଗ ମ୍ୟାନେଜର ଙ୍କ ସମ୍ମୁଖରେ ନିଜ ବ୍ରାଞ୍ଚ ର ବିଭିନ୍ନ ସମସ୍ୟା କୁ ନେଇ ତାଙ୍କର ଧ୍ୟାନ ଆକର୍ଷଣ କରି ଥିଲେ, ସଭାର ପରିଚାଳନା ଅନ୍ତର୍ଯାମି ପାଣଗ୍ରାହୀ କରି ଥିଲେ। ଅଭିକର୍ତ୍ତା ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରା ଗଲା। ଯୋଉଥିରେ ଦେଶର ସବଠାରୁ ବଡ଼ ସଂସ୍ଥା ର ଅଭିକର୍ତ୍ତା ବିଗତ ୬୭ ବର୍ଷ ରୁ ପ୍ରୋଭିଦେଣ୍ଟ ଫଣ୍ଡ, ସମ୍ପୂର୍ଣ ପରିବାର ର ମେଡିକ୍ଲେମ୍, ଗ୍ରାଚୁଟି, ଗ୍ରୁପ ଇନ୍ସୁରାନ୍ସ ପାଇଁ ସଂଗଠନ କୁ ଲାଡ଼ିବ ପାଇଁ ପଡ଼ୁଛି ଆସନ୍ତା ସମୟ ରେ ଆବଶ୍ୟକ ପଡିଲେ ଆନ୍ଦୋଳନ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଆଜି ର ସଭା ର ଦୂତୀୟ ଚରଣ ରେ ସଂଘ ର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହେଲା ଏଥିରେ ଗଙ୍ଗାଧର ପ୍ରଧାନ (ଅଧ୍ୟକ୍ଷ), ଅବଦୁଲ ଖାଲେସା (ସମ୍ପାଦକ) ଏବଂ ବୁଦ୍ଧଦେବ ବାଗ (କୋଷାଧ୍ୟକ୍ଷ) ଭାବେ ନିର୍ବାଚିତ ହେଲେ। ଆଜିର ସଭା କୁ ସଫଲ୍ୟ କରିବାରେ ମୁଖ୍ୟ ନରେଶ ଝରିଆ, ବାସୁଦେବ ମଲ୍ଲିକ, ଅରୁଣ ତିୱାରୀ, ରମପୁକାର ଚୌଧୁରୀ, ପ୍ରଦୀପ ରଣା, ନରେଶ କାହାଳୀ,ବିକାଶ ଶର୍ମା ମୁଖ୍ୟ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.