ଚମ୍ପୁଆ :-
ଚମ୍ପୁଆ ଉପଖଣ୍ଡ ସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ର ବୈଠକ ରିମୁଳି ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଜିଲ୍ଲା ସଭାପତି ସଞ୍ଜୟ ବସନ୍ତ ଚକ୍ର, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ପୂର୍ବତନ ଓସ୍ଥା ସଭାପତି ପ୍ରସନ୍ନ କୁମାର ରଥ, ପୂର୍ବତନ ଓଷ୍ଠା ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ରାଉତ ଉପସ୍ଥିତିରେ ପୂର୍ବତନ ଓସ୍ଥା ଜିଲ୍ଲା ସମ୍ପାଦକ ଜୟରାମ ମହାନ୍ତଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ପୂର୍ବତନ ଓସ୍ଥା ଜିଲ୍ଲା ସହ ସମ୍ପାଦକ କାଶୀନାଥ ମହାନ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଉକ୍ତ ବୈଠକରେ ଆରଏସିପି , ଏମଏସିପି, ନିୟମିତ ପେନସନ, ଜିଆଇଏସ, ଦରମା ବନ୍ଦ ଓ ଦରମା ନିର୍ଦ୍ଧାରଣ ଆଦି ବିଭିନ୍ନ ସମସ୍ୟା ର ସମାଧାନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ରେ ହୋଇ ପାରୁନାହିଁ । ଏଣୁ ଆଗାମୀ ନଭେମ୍ବର ୨୦ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବା ପାଈଁ ଆଜିର ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ସଭାରେ ଗୌରହରି ଗିରି, ଦୟାନିଧି ମହାନ୍ତ, ଶାନ୍ତନୁ ପ୍ରଧାନ, କଳାକର ମହାନ୍ତ, ପର୍ଶୁରାମ ବାରିକ, ନରହରି ମହାନ୍ତ, ଅର୍ଧାଂଶୁ ପାଢ଼ୀ, ପ୍ରହ୍ଲାଦ ପ୍ରଧାନ, ଅକ୍ଷୟ କୁମାର ମହାକୁଡ଼, ମହେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇଥିବା ବେଳେ ଲମ୍ବୋଦର ମହାନ୍ତ ଓ ଗୌରହରୀ ଗିରି ସଭା ପରିଚାଳନା କରିଥିଲେ।

