Type Here to Get Search Results !

ଭୁଲ ମାଗିଲା ବନ ବିଭାଗ: ଜଙ୍ଗଲ ଭିତରେ ପୋଖରୀ ଖୋଳା ବନ୍ଦ କରିବାକୁ ନିଷ୍ପତ୍ତି


 ଚମ୍ପୁଆ :- 

ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ସଂରକ୍ଷିତ ଜଙ୍ଗଲରେ ପୋଖରୀ ଖୋଳିବା କୁ ଗ୍ରାମବାସୀ ବିରୋଧ କରିବା ପରେ ନିଜ ଭୁଲ ବୁଝି ପାରିଛି ବନ ବିଭାଗ। ଆଜି ଖୋଦ୍ ଚମ୍ପୁଆ ରେଞ୍ଜର ଗ୍ରାମ କୁ ଯାଇ ଗ୍ରାମ ବାସୀ ଙ୍କୁ ଭୁଲ ମାଗିବା ସହ ଜଙ୍ଗଲ ଭିତରେ ପୋଖରୀ ଖୋଳା ବନ୍ଦ ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛନ୍ତି। ସୂଚନାଯୋଗ୍ୟ କି ଗତକାଲି ଚମ୍ପୁଆ ବନ ବିଭାଗ ତରଫରୁ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ  ପତଳା ଜଙ୍ଗଲ ଭିତରେ ତରବରିଆ ଭାବରେ ଏକ ପୋଖରୀ ଖୋଳା ଆରମ୍ଭ କରା ଯାଇଥିଲା । ଏନେଇ ଗ୍ରାମବାସୀଙ୍କୁ ପୂର୍ବରୁ କିଛି ସୂଚନା ନ ଦେଇ ବନ ବିଭାଗ ଜଙ୍ଗଲ ଭିତରେ ବ୍ୟାପକ ଗଛ କାଟିବା ସହ ମେସିନ ସାହାଯ୍ୟରେ ପୋଖରୀ ଖୋଳୁଥିବା ବେଳେ ଗ୍ରାମ ବାସୀ ଏହାକୁ ବିରୋଧ କରିଥିଲେ। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପୋଖରୀ ଖୋଳା ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ ବନ ବିଭାଗ।ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଆଜି ବନବିଭାଗ ପତଳା ଗ୍ରାମ କୁ ଯାଇ ଆଗକୁ ଏଠାରେ ପୋଖରୀ ନ ଖୋଳିବାକୁ ବନ ବିଭାଗ ନିଷ୍ପତ୍ତି ନେଇଥିବା ଜଣାଇବା ସହ ତରବରିଆ ଭାବେ ପୋଖରୀ ଖୋଳିବା ନିଷ୍ପତ୍ତି ସମ୍ପର୍କରେ ଭୁଲ ମାଗିଥିବା ଜଣାପଡିଛି। ଏହି ଅବସରରେ ଚମ୍ପୁଆ ରେଞ୍ଜ ଅଫିସର ଏସିଏଫ୍ ଅକ୍ଷୟ ଛତ୍ରିଆ ଓ ଫରେଷ୍ଟର କାଳନ୍ଦୀ ସାମିଲ ଗ୍ରାମ କୁ ଯାଇ ଗ୍ରାମ ବାସୀ ଙ୍କ ସହ ଆଲୋଚନା ପରେ ପୋଖରୀ ଖୋଳା ବନ୍ଦ କରାଯିବା  ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛନ୍ତି।

କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.