ବ୍ରହ୍ମଗିରି:-
ପୁରୀ... ସମ୍ମାନୀତ ହେଲେ ବ୍ରହ୍ମଗିରି ବିଧାୟକ। ଗୁଡ୍ ସମରିଟାନ ପୁରସ୍କାର ପାଇଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ଆଜି ପୁରୀ ର ସ୍ବତନ୍ତ୍ର ସର୍କିଟ୍ ହାଉସ୍ ଠାରେ ସମ୍ମାନିତ ହୋଇଛନ୍ତି ବିଧାୟକ। ଗତ ଜୁଲାଇ ମାସ ୪ତାରିଖରେ ଦୁର୍ଘଟଣା ରେ ଆହତ ହୋଇଥିବା ଦମ୍ପତୀ ଙ୍କୁ ଉଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ ବିଧାୟକ। ଦମ୍ପତି ଙ୍କ ଜୀବନ ବଞ୍ଚାଇ ମୋହାନତା ଦେଖାଇଥିଲେ ବ୍ରହ୍ମଗିରି ବିଧାୟକ। ଦେବ ଦୂତ ସାଜି ପହଁଞ୍ଚିଥିଲେ ବିଧାୟକ।ବାଇକ୍ ଦୃର୍ଘଟଣାରେ ଆହତ ହୋଇ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତୀ ଙ୍କୁ ଉଧାର କରି ନିଜ ଚାରିଚକିଆ ଗାଡିରେ ଡାକ୍ତରଖାନାରେ ପହଁଞ୍ଚାଇଲେ ବିଧାୟକ। ପୁରୀ-ଭୁବନେଶ୍ବର ଜାତିୟ ରାଜପଥ ତେଇଶିପୁର ନିକଟରେ ଭୁବନେଶ୍ବର ଜଦୁପୁର ଅଞ୍ଚଳର ଦମ୍ପତି ପୁରୀ ରୁ ବାଇକ୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଘଟିଥିଲା ବାଇକ୍ ଦୁର୍ଘଟଣା। ସେହି ରାସ୍ତା ଦେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯାଉଥିବା ବେଳେ ଲୋକେ ରୁଣ୍ଢ ହୋଇଥିବା ଦେଖି ଅଟକିଥିଲେ ବିଧାୟକ। ଆହତ ଦମ୍ପତୀ ଙ୍କୁ ଟେକି ନିଜ ଗାଡିରେ ମଙ୍ଗଳପୁର ଡାକ୍ତର ଖାନାରେ ଭର୍ତିକରୀ ଚିକିତ୍ସା କରାଇଥିଲେ ବିଧାୟକ। ଆହତ ଦମ୍ପତୀ ଙ୍କୁ ଉତମ ଚିକିତ୍ସା କରାଇବାକୁ ଡାକ୍ତର ଙ୍କୁ ଅନୁରୋଧ କରିଥିଲେ ବିଧାୟକ। ପରେ ସୁସ୍ତ ହୋଇ ଘରକୁ ଫେରିଥିଲେ ଆହତ ଦମ୍ପତୀ।
ପୁରୀ ରୁ ପ୍ରମିଳା ଥାପା ଙ୍କ ରିପୋର୍ଟ tro 24 news

