ଧାମନଗର:-
ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବିକାଶ ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ହୋଇଛି।ଏହି ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଯୁବକ ମାନଙ୍କ ଶାରରିକ ଦକ୍ଷତା ବିକାଶ ପାଇଁ ବିଭିନ୍ନ ପ୍ରକାର କ୍ରୀଡା,ସାଂସ୍କୃତିକ ତଥା ସାମାଜିକ ଦକ୍ଷତା ଆଦି ଉପରେ ଡିସେମ୍ବର ୧୫ ରୁ ୩୧ ମହାବିଦ୍ୟାଳୟ ପରିସରରେ ଚାଲିବ ।ବୁଧବାର ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବନମାଳୀ ଦାଶ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ସମ୍ମାନୀତ ଅତିଥି ନିବେଦିତା ଜେନା,ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତୁନିବାଳା ବିଶ୍ଵାଳ ଏବଂ ନୋଡାଲ ଅଫିସର ଏମଡି ଇସ୍ରାଇଲ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଯୁବ ବିକାଶ ର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପିଲାମାନଙ୍କ ପାଠ ପଢା ସହ ଦକ୍ଷତା ବୃଦ୍ଧି ପାଇଁ କଲେଜର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଆଗାମୀ ଭବିଷ୍ୟତରେ ପିଲାମାନଙ୍କ ଦକ୍ଷତା ବିକାଶ ହେଇପାରିବ।ଏହି କାର୍ଯ୍ୟକ୍ରମକୁ କଲେଜର ସାଂସ୍କୃତିକ ଅନୁଷ୍ଠାନ ର ଅଧ୍ୟାପକ ଆଶିଷ ସ୍ବାଇଁ, ଅଧ୍ୟାପିକା ସ୍ମରଣିକା ପ୍ରଧାନ ଓ ସାଜିଆ ତମକିନ ପ୍ରମୁଖ ପରିଚାଳନା କରିଥିଲେ।ଏଥିରେ କଲେଜର +୨ ଓ +୩ ର ମୋଟ ୪୫ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ମାଧ୍ୟମରେ ପ୍ରତିଯୋଗିତା ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଡ.ସମୀର କୁମାର ହୁଇ, ପ୍ରଦୀପ କୁମାର ରାଏ,ସଞ୍ଜୟ ପଣ୍ଡା,ସନ୍ଦୀପ କୁମାର ଘୋଷ,କଲ୍ୟାଣୀ ଦାସ,ସୁଶ୍ରୀ ସଙ୍ଗୀତ ନାୟକ ବାସ୍ତବିକ ଦାସ,ସଜଲ୍ କୁମାର ମହାନ୍ତି,ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।ଶେଷରେ ମହାବିଦ୍ୟାଳୟର ସଞ୍ଜୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଧାମନଗର ରୁ କାହ୍ନୁ ଚରଣ ଜେନା Tro24

