କୋରାପୁଟ :-
କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ର ତିନି ଦିନଆ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ରୁ ଆରମ୍ଭ ହୋଇ ଯାଉଛି।ସେମିଳିଗୁଡା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଶିକ୍ଷଣ ଶିବିର କୁ ପଟାଙ୍ଗି ନିର୍ବାଚନ ମଣ୍ଡଳୀ ବିଧାୟକ ପୀତମ୍ ପାଢ଼ୀ ଆରମ୍ଭ କରି ଥିଲେ। ତିନି ଦିନ ରେ ନନ୍ଦପୁର,ପଟାଙ୍ଗି,ସେମିଳିଗୁଡା ବ୍ଲକ କୁ ନେଇ ପ୍ରଶିକ୍ଷଣ ଦେବେ ବୋଲି ବିଧାୟକ ପୀତମ୍ ପାଢ଼ୀ ସୂଚନା ପ୍ରଦାନ କରି ଚନ୍ତି।ପ୍ରଥମ ଦିନ ନନ୍ଦପୁର ବ୍ଲକ୍ ର ଜୋନ -୧ ,ଜୋନ -୨ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରି ଥିଲେ। ବ୍ଲକ ରୁ ଆସିଥିବା ସମସ୍ତ ସକ୍ରିୟ କର୍ମୀ ପ୍ରଶିକ୍ଷଣ ନେଇଥିଲେ, ଏଠାରେ ମାନ୍ୟବର ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଝିନ୍ନ ହିକକା , ମୁକ୍ତା ଯୋଜନା ପରାମର୍ଶ ଦାତା , ବିଜେଡି ଜୋନାଲ ସଭାନେତ୍ରୀ ଲତା ରାୟ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ସାଂସଦ ପ୍ରଥିନି କୌଶଲ୍ୟା ହିକକା ,ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବାଲା ରାୟ ,ଅମିତ୍ ଅଗ୍ରୱାଲ , ସେମିଳିଗୁଡା ସମିତି ଅଧ୍ୟକ୍ଷା ଲିଲି ଅଣ୍ଟା ବିରିୟା,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ୍ୟଆ ଲକ୍ଷ୍ମୀ ହାନ୍ତାଲ, ବିଜେଡି ଜିଲ୍ଲା ମହିଳା ନେତ୍ରୀ ପାର୍ବତୀ ମସ୍ତି, ବିଜେଡି ସାଧାରଣ ସମାଦକ ଅନନ୍ତ ରାମ ମାଟମ, ମହିଳା ନେତ୍ରୀ ତୁଳସୀ କିର୍ଶନି, ବରିଷ୍ଟ ନେତା ଗୋପାଳ କ୍ରିଷ୍ଣା ବେବର୍ତ୍ତା,ଜଗନ୍ନାଥ ପାଙ୍ଗି , ମୁନା ଦଳପତି ପ୍ରମୁଖ ଉପସ୍ଥିତ ଥିଲେ
ପ୍ରଶିକ୍ଷକ ଦ୍ଵାରା ପ୍ରଶିକ୍ଷଣ ନେଇଛନ୍ତି।ଶିବିର ରେ ପ୍ରଶିକ୍ଷଣ ଦ୍ବାରା ୱାର୍ଡ କମିଟି,ବୁଥ କମିଟି ଓ ସକ୍ରିୟ ସଦସ୍ୟ ଙ୍କୁ ପ୍ରତି ଘର ପୋଉଁଚି ନବୀନ ସରକାର ବିକାଶ ବାର୍ତ୍ତା ଦେବା ସହ ଦଳୀୟ ସଂଘଠନ ର ଆଉରି ମଜବୁତ୍ କରିବା ପାଇଁ,ଲୋକେ ସମର୍ଥ ହାସିଲ କରିବା ଦିଗ ରେ ପ୍ରଶିକ୍ଷଣ ନେଇଛନ୍ତି।

