Type Here to Get Search Results !

୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ଭୁମି ପୂଜନ ସମ୍ମିଳନୀ


 


   କୋରାପୁଟ :-

 ସେମିଳିଗୁଡା.ତାରିଖ ସେମିଳିଗୁଡା ସତ୍ଯ ନଗର ପଡିଆରେ ଆସନ୍ତା ୨୦୨୪ ଫେବୃୟାରୀ ୧,୨,୩,୪, ତାରିଖରେ ହେବାକୁ ଥିବା ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ଭୂମି ପୂଜନ  ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ କରାଯାଇ  ଶୁଭ ଖୁଣ୍ଟି ସ୍ଥାପନ ସହିତ ଭୂମି ପୂଜନ  କରାଯାଇଥିଲା। ଶାନ୍ତିକୁଂଜରୁ ଆସିଥିବା ଗୁରୁଜୀ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ବର୍ମା,ଗାୟତ୍ରୀ ଯଜ୍ଞର ମହତ୍ତ୍ବ ଓ  ସଫଳ ଦାମ୍ପତ୍ଯ ଜୀବନର ରହସ୍ଯ  ବୁଝାଇଥିଲେ।ଉକ୍ତ ସମ୍ମିଳନୀରେ ଶାନ୍ତିକୁଂଜରୁ ରବିନ୍ଦ୍ର କୁମାର ଗୌଡ,ଅର୍ଜୁନ ସାହୁ,ଶଶିକଳା ବର୍ମା ଓ ବେଂଗାଲୁରରୁ ଗଣମାଧ୍ୟମ ଟିମର ଇଂଜିନିୟର ରାଜେଶ କୁମାର ଗୌଡ,ଇଂଜିନିୟର ବଳରାମ ମଲ୍ଲିକ, ଇଂଜିନିୟର ସୁମନ ସାହୁ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଥିଲେ। ଏଥିରେ ଗାୟତ୍ରୀ ପରିବାରର ବାଲ୍ମୀକି ପ୍ରଧାନ, ବିଚିତ୍ରାନନ୍ଦ ଧଳ,ବାସୁଦେବ ସାହୁ,ଡକ୍ଟର ରଜତ କୁମାର ଷଡଙ୍ଗୀ,ବୁଲୁ ପ୍ରସାଦ ମଲ୍ଲିକ, ଅମର ପାଢୀ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ।ଯଜ୍ଞ ସମିତିର ଆନନ୍ଦ ପାଟୱାନିଆ, ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସ୍ନିଗ୍ଧାରାଣୀ ମିଶ୍ର, ପ୍ରଦୀପ କୁମାର ପାତ୍ର, ମନୋରଞ୍ଜନ ବେହେରା, ବିଜୟ ସାହୁ,ଡକ୍ଟର ଅମ୍ବିକା ବଲ୍ଲଭ ବାହିନୀପତି,ଆଶା ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଭୂମି ପୂଜନ  ଓ ଶୁଭଖୁଣ୍ଟି ସ୍ଥାପନ ପରେ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା।ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଓ ସ୍ଥାନୀୟ ଅଂଚଳରୁ ଭକ୍ତ ଏଥିରେ ଯୋଗ ଦେଇଥିଲେ।ଆଗକୁ ହେବାକୁ ଥିବା ୧୦୮କୁଣ୍ଡୀୟ  ଯଜ୍ଞପାଇଁ ସମସ୍ତେ ନିଜ ସାମର୍ଥ୍ଯ ଅନୁଯାୟୀ ଶାରୀରିକ, ଆର୍ଥିକ ଓ ମାନସିକ ସହଯୋଗ କରିବାପାଇଁ ଯଜ୍ଞ ସମିତି ତରଫରୁ ଆହ୍ଵାନ ଦିଆଯାଇଥିଲା। 

Post a Comment

0 Comments
* Please Don't Spam Here. All the Comments are Reviewed by Admin.